26.1 C
Bhubaneswar
Tuesday, May 30, 2023
Homeଓଡିଶାଭୋଟ ପରିଚୟ ପତ୍ର ନଥିବା ଏବଂ ଠିକଣା ନଥିବା ଲୋକଙ୍କ କିଛି ତଥ୍ୟ

ଭୋଟ ପରିଚୟ ପତ୍ର ନଥିବା ଏବଂ ଠିକଣା ନଥିବା ଲୋକଙ୍କ କିଛି ତଥ୍ୟ

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ରେ ୫୬ ହଜାରରୁ ଅଧିକ ଭୋଟରେ ବିଜେଡି ଜିତିବ ବୋଲି ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଛି ଏଥିପାଇଁ କି ଜଣେ ଜଣେ ଙ୍କୁ ଲାଞ୍ଚ ଦେଇ ପ୍ରତ୍ୟେକ ଙ୍କ ପାଖରୁ ଦୁଇ ତିନିଟି ଭୋଟ ହାତେଇବ ବୋଲି ଯୋଜନା କରିଛି। ଅର୍ଥାତ୍ ସମୁଦାୟ ନିର୍ବାଚନ ମଣ୍ଡଳୀରେ ପାଖାପାଖି ୧୯ ରୁ ୨୬ ହଜାର ଭୋଟର ଠିକ କରି ତାଙ୍କ ପାଖରୁ ୫୬ ହଜାରରୁ ଅଧିକ ଭୋଟ ପାଇବ। କାରଣ ଜଣେ ଜଣେ ଜଣେ ଭୋଟର ଦୁଇରୁ ଅଧିକ ଭୋଟ ପରିଚୟ ପତ୍ର ରଖି ଅଲଗା ଅଲଗା ବୁଥ ରେ ଭୋଟ ଦେବେ।ଏପରିକି ଭୁତ ଭୋଟର (ଯେଉଁମାନଙ୍କ ଭୋଟର ଲିଷ୍ଟରେ ନାମ ଥିବ କିନ୍ତୁ ଠିକଣା ନଥିବ କି ଭୋଟ ପରିଚୟ ନ ଥିବ,ଯାହାକୁ ନିର୍ବାଚନ ଅଧିକାରୀ ମଧ୍ୟ ଚିହ୍ନଟ କରିପାରିବେ ନାହିଁ)ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଠା କରିବ।ଯାହା କି ଗତ ଭୁବନେଶ୍ୱର ମହାନଗର ନିର୍ବାଚନ ରେ ଦେଖା ଦେଇଥିଲା।
ତାହାର କିଛି ତଥ୍ୟ ରଖୁଛି।
ଭୁବନେଶ୍ୱର ମହାନଗର ନିଗମ ୬୭ ୱାର୍ଡ କୁ ନେଇ ଗଠିତ। ଉକ୍ତ ୬୭ ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡର(୫୨ ନମ୍ବର) ତର୍ଜମା କରି ସବିଶେଷ ତଥ୍ୟ ରଖୁଛି।୫୨ ନମ୍ବର ୱାର୍ଡର ସମୁଦାୟ ଭୋଟର ସଂଖ୍ୟା ୯୩୪୫।ସେଥିମଧ୍ୟରୁ ପୁରୁଷ ୫୨୯୨ ଥିବାବେଳେ ମହିଳା ଙ୍କ ସଂଖ୍ୟା ୪୦୫୩। ୮ ଟି ବୁଥ ରେ ସୀମିତ ଉକ୍ତ ୱାର୍ଡ। ଶାସକ ଦଳ ଆହୁରି ଭୋଟ ଜାଲିଆତି କରିଛି। ଗୋଟେ ଗୋଟେ ପରିବାରର ଭୋଟର ଲିଷ୍ଟ ର ନା କୁ ବିଭିନ୍ନ ବୁଥ ଏବଂ ୱାର୍ଡ ରେ ରଖିଛି।ଯାହାଦ୍ୱାରା କି ଲୋକ ଭୋଟର ଲିଷ୍ଟ ରେ ନାଁ ନପାଇ ଭୋଟ ଦେବାରୁ ବିରତ ରହିବେ।ସେହିପରି ଯେଉଁମାନେ ଶାସକ ଦଳର ସମର୍ଥକ ନୁହନ୍ତି ସେମାନଙ୍କ ନାଁ ଭୋଟର ଲିଷ୍ଟରୁ କାଟିଦିଆଯାଇଛି। ତେଣୁ କରି ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ ଦାନ ପରିମାଣ ୪୦ ପ୍ରତିଶତ ଭିତରେ ସୀମିତ ରହିଲା।ନିର୍ବାଚନ କମିଶନର ତରବରିଆ ଭାବେ ତାରିଖ ଘୋଷଣା କରି ଭୋଟ ଦାନ କରେଇଲେ। ସର୍ବଦଳୀୟ ବୈଠକ ଡାକିଲେ କିନ୍ତୁ ଶାସକ ଦଳକୁ ଛାଡି ଆଉ କୌଣସି ରାଜନୈତିକ ଦଳର କଥାକୁ କର୍ଣ୍ଣପାତ ନ କରିନଥିଲେ।ଏଥିରୁ ସ୍ପଷ୍ଟ ଜଣାପଡୁଛି କି ବିଭିନ୍ନ ଜାଲିଆତି କରି ଭୋଟ ହାତେଇଛି ରାଜ୍ୟ ଶାସକ ଦଳ। ଏମାନେ ସବୁ ହେଲେ ଭୁତ ଭୋଟର।ଏହିଭଳି ଭୋଟର ସଂଖ୍ୟା ଗୋଟେ ୱାର୍ଡରେ ପାଖାପାଖି ୧୫୦୦ ରୁ ୨୦୦୦।ଭୁତ ଭୋଟର ଅର୍ଥ ଏହିମାନଙ୍କର ଭୋଟର ଲିଷ୍ଟରେ ନାଁ ଅଛି କିନ୍ତୁ ଭୋଟ ପରିଚୟ ପତ୍ର ନାହିଁ କି ପଞ୍ଜିକୃତ ଫୋନ ନମ୍ବର ନାହିଁ କି ଠିକଣା ନାହିଁ।କେବଳ ଚିରିକୁଟି ଦେଖେଇ ଏମାନେ ଭୋଟ ଦେଇପାରିବେ।ଏଥର ଭୋଟର ଲିଷ୍ଟ ବହିରେ କୌଣସି ଭୋଟରଙ୍କ ଫଟୋ ନାହିଁ। ଇଏ ମାତ୍ର କିଛି ଉଦାହରଣ ଦେଇ ତଥ୍ୟ ଉପସ୍ଥାପନ କରିଛୁ।
ଏହିପରି ଅନେକ ଅଛି।
ଏହା ଉପରେ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେବା ଦରକାର କି ଏମାନେ ଏହିପରି ଭୋଟ ଦେଇଛନ୍ତି ନା ନାହିଁ,ଯଦି ଦେଇଛନ୍ତି ତେବେ କେମିତି ଦେଲେ ଓ ଏମାନଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।ନଚେତ ଏହି ତଥ୍ୟ କୁ ନେଇ କଂଗ୍ରେସ ଆଗାମୀ ଦିନରେ ଅଦାଲତ କୁ ଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking