29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମାମଲାର ରାୟକୁ ସଂକ୍ଷିପ୍ତ କରାଯାଉ: ସୁପ୍ରିମକୋର୍ଟ

ମାମଲାର ରାୟକୁ ସଂକ୍ଷିପ୍ତ କରାଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କୌଣସି ମାମଲାର ରାୟ ପ୍ରକାଶ କରିବା ସମୟରେ ଏହାକୁ ଯଥାସମ୍ଭବ ସଂକ୍ଷିପ୍ତ ଓ ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଦାଲତଙ୍କ ରାୟକୁ ସାଧାରଣ ଲୋକ ଯେପରି ସହଜରେ ବୁଝିପାରିବେ, ତାହା ଉପରେ ବିଚାରପତିମାନେ ଦୃଷ୍ଟି ଦେବା ଉଚିତ । ଆଜିକାଲି ବିଚାରପତିମାନେ ଦେଉଥିବା ଅଧିକାଂଶ ରାୟ ଜଟିଳ ତଥା ବାଚାଳ ହେଉଥିବାରୁ ସାଧାରଣ ଲୋକେ ଏହାକୁ ବୁଝିବା କଷ୍ଟକର ହୋଇପଡୁଛି ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଛନ୍ତି । ତେଣୁ ରାୟ ପ୍ରକାଶ କରିବାବେଳେ ‘ରେନ୍ ଆଣ୍ଡ ମାର୍ଟିନ’ ନୀତି ଅବଲମ୍ବନ କରି ସଂକ୍ଷିପ୍ତ ଢାଞ୍ଚାରେ ଲେଖିବାର ସମୟ ଆସିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ସଞ୍ଜୟ କିଶନ କାଉଲ, ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ହୃଷିକେଶ ରୟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ ଗତ ଗୁରୁବାର ଏକ ମାମଲାର ଶୁଣାଣି ସମୟରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ନୂଆଦିଲ୍ଲୀରେ ଗତବର୍ଷ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ଫେସ୍‌ବୁକ୍ ପ୍ରତିନିଧିଙ୍କୁ ହାଜର ହେବାକୁ ଦିଲ୍ଲୀ ବିଧାନସଭାର ହାର୍ମୋନି କମିଟି ନୋଟିସ ଜାରି କରିଥିଲେ । ଏହି ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯାଇଥିବାବେଳେ ବିଚାରପତି ୬ ପୃଷ୍ଠା ସମ୍ବଳିତ ରାୟ ପ୍ରକାଶ କରିଥିଲେ । ଏହି ରାୟ ଅଯଥା ଦୀର୍ଘ ଓ ଜଟିଳ ହୋଇଥିବାରୁ ସୁପ୍ରିମକୋର୍ଟ ପୀଠ କ୍ଷୋଭପ୍ରକାଶ କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଦେଶରେ ନ୍ୟାୟିକ ବ୍ୟବସ୍ଥା ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ବିଚାରପତିଙ୍କ ରାୟ ମଧ୍ୟ ସେମାନେ ବୁଝିପାରିବା ଭଳି ହେବା ଉଚିତ ବୋଲି ପୀଠ କହିଛନ୍ତି । ଅପରପକ୍ଷରେ ଅଦାଲତରେ ମାମଲା ଲଢୁଥିବାବେଳେ ଓକିଲମାନେ ମଧ୍ୟ ଯୁକ୍ତିକୁ ସଂକ୍ଷିପ୍ତ ଓ ପ୍ରସଙ୍ଗ ଉପଯୋଗୀ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking