29.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶଅଗଷ୍ଟ ୧୫ ପୂର୍ବରୁ ୟୁପିରେ ବିସ୍ଫୋରଣ ଯୋଜନା ଥିଲା : ୧୪ ଦିନିଆ ରିମାଣ୍ଡରେ ଦୁଇ...

ଅଗଷ୍ଟ ୧୫ ପୂର୍ବରୁ ୟୁପିରେ ବିସ୍ଫୋରଣ ଯୋଜନା ଥିଲା : ୧୪ ଦିନିଆ ରିମାଣ୍ଡରେ ଦୁଇ ଆତଙ୍କବାଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ୍ ଅଧିକାରୀମାନେ ରବିବାର ଲକ୍ଷ୍ନୌ ସହରରୁ ଅଲ କାଏଦା ସଂଗଠନ ସହ ସଂପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସୋମବାର ଅଦାଲତରେ ହାଜର କରାଯାଇଥିବାବେଳେ ବିଚାରପତି ଏମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି । ସୋମବାର ଜେରା ସମୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମସିରୁଦ୍ଦିନ ପୁଲିସକୁ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛି । ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଆସିଥିଲା ବୋଲି ମସିରୁଦ୍ଦିନ ପୁଲିସକୁ ସୂଚନା ଦେଇଛି ।

ବୋମା ତିଆରି କରିବାକୁ ପାକିସ୍ତାନରେ ଥିବା ଅଲ କାଏଦା ହ୍ୟାଣ୍ଡଲର ଉମର ହଲମାଣ୍ଡିଠାରୁ ଏମାନଙ୍କୁ ନିୟମିତ ନିର୍ଦ୍ଦେଶ ମିଳୁଥିଲା । ତେବେ ଭାରତୀୟ ମାର୍କେଟରେ ଫସ୍‌ଫରସ ଉପଲବ୍ଧ ହେଉନଥିବାରୁ ଦିଆସିଲି କାଠିରୁ ଏହା ସଂଗ୍ରହ କରି ବୋମା ତିଆରି ପାଇଁ ସେ ନିର୍ଦ୍ଦେଶ ଦେଉଥିଲା । ମସିରୁଦ୍ଦିନ ଜଣେ ଡିପ୍ଲୋମାଧାରୀ ହୋଇଥିବାବେଳେ ଏକ ଲାବୋରେଟୋରୀରେ ଟେକ୍ନିସିଆନଭାବେ କାର୍ଯ୍ୟ କରୁଥିଲା । ଲକ୍ଷ୍ନୌରେ ନିଜସ୍ୱ ଏକ ବ୍ୟାଟେରୀ ଦୋକାନ ମଧ୍ୟ ରହିଛି । ତେବେ ପୁଲିସକୁ ଚକ୍‌ମା ଦେବାକୁ ଏହି ଦୋକାନ ଉଦ୍ଦିଷ୍ଟ ଥିବା ସେ ସ୍ୱୀକାର କରିଛି । ଗିରଫ ହୋଇଥିବା ଅନ୍ୟ ଆତଙ୍କବାଦୀ ଜଣକ ହେଲା ମିନ୍‌ହାଜ୍ ଅହମ୍ମଦ । ଅନ୍ୟତମ ସହଯୋଗୀ ସକିଲ ଓ ଘର ମାଲିକ ସହିଦକୁ ମଧ୍ୟ ପୁଲିସ ଜେରା କରୁଛି । ଉକ୍ତ ଘରୁ ୨ଟି ପ୍ରେସର କୁକର ବୋମା, ଟାଇମ ବୋମା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking