30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୧୯ରୁ ମୌସୁମୀ ଅଧିବେଶନ : ସ୍ଥିତି ସମୀକ୍ଷାକଲେ ଲୋକସଭା ବାଚସ୍ପତି

୧୯ରୁ ମୌସୁମୀ ଅଧିବେଶନ : ସ୍ଥିତି ସମୀକ୍ଷାକଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ଚଳିତମାସ ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ସ୍ଥିତି ସମୀକ୍ଷା କରିଛନ୍ତି । ୧୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଉଭୟ ଗୃହ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ସାଂସଦମାନେ ସାମାଜିକ ଦୂରତା ବଜାୟ ରଖିବେ। ଅଧିବେଶନରେ ଯୋଗଦେଉଥିବା ସାଂସଦ ଯଦି ଗୋଟିଏ ଡୋଜ୍ ଟିକା ନେଇଥିବେ ତେବେ ସେମାନଙ୍କ ପାଇଁ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ ନୁହେଁ, ତଥାପି ଟିକା ନେଇନଥିବା ସାଂସଦ ଏହି ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ଲୋକସଭାର ୪୪୪ ଓ ରାଜ୍ୟସଭାର ୨୧୮ ସାଂସଦ ଟିକା ନେଇସାରିଛନ୍ତି । ଟିକାକରଣ ପ୍ରସଙ୍ଗରେ ଅନ୍ୟ ୩୦ ସାଂସଦଙ୍କ ରିପୋର୍ଟକୁ ଅପେକ୍ଷା  କରାଯାଇଛି ବୋଲି ବିର୍ଲା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking