29.1 C
Bhubaneswar
Saturday, April 27, 2024
Homeଓଡିଶାହାଇକୋର୍ଟ ଗଲେ ଡାକ୍ତର ସୁମିତଙ୍କ ବାପା

ହାଇକୋର୍ଟ ଗଲେ ଡାକ୍ତର ସୁମିତଙ୍କ ବାପା

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲାରେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ହାଇକୋର୍ଟ ଯାଇଛନ୍ତି । ଗତ ୨୦ ତାରିଖରେ ପ୍ରମୋଦଙ୍କ ଘର ଗେଟ ଭାଙ୍ଗିଥିଲେ କିଛି ମହିଳା । ତପସ୍ୱିନୀଙ୍କୁ ଶାଶୁଘରେ ପୂରାଇବା ପାଇଁ କିଛି ମହିଳା ଗେଟ ଭାଙ୍ଗିଥିଲେ । ଭଙ୍ଗାରୁଜା ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ ।

ସୂଚନାଯୋଗ୍ୟ, ମାନ୍ୟବର କୋର୍ଟଙ୍କ ରାୟ ମୁତାବକ ଶ୍ୱଶୁର ଘରେ ପ୍ରବେଶ କରିଛନ୍ତି ଡିମ୍ପଲ । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ଘରେ ରହିବା ନେଇ କୌଣସି ଅନୁମତି ନଥିବା କହିଥିଲେ ଡିମ୍ପଲଙ୍କ ଶ୍ୱଶୁର । ରାତିରେ ପ୍ରଶାସନିକ ଅଧିକାରୀ ବ୍ରହ୍ମାନଗର ଅଞ୍ଚଳରେ ପହଁଚିଥିଲେ । ଏହାପରେ ଏସଡ଼ିପିଓ, ସ୍ଥାନୀୟ ଆଇଆଇସି, ତହସିଲଦାର ଓ ପ୍ରୋଟେକ୍ସନ ଅଫିସର ପହଁଚି ଡିମ୍ପଲଙ୍କୁ ଘର ଭିତରକୁ ଯିବା ନେଇ ଅନୁମତି ଦେଇଥିଲେ । ତେବେ ଘରେ ତାଲା ପକାଇଥିବା ଡିମ୍ପଲଙ୍କ ଶ୍ୱଶୁର ଘର ତାଲା ଖୋଲିଥିଲେ । ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଡିମ୍ପଲ ଗୃହ ପ୍ରବେଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking