28.1 C
Bhubaneswar
Saturday, April 27, 2024
Homeଓଡିଶାସୁମନ ଚଟୋପାଧ୍ୟାୟଙ୍କ  ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ସୁମନ ଚଟୋପାଧ୍ୟାୟଙ୍କ  ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ : ସାରଦା  ଚିଟ୍‌ଫଣ୍ଡ ଘଟଣାରେ  ବଙ୍ଗଳାର ପ୍ରସିଦ୍ଧ  ଦୈନିକ ଖବର କାଗଜ ‘’ଇ ସମୟ’’ ର ସମ୍ପାଦକ ତଥା ଦିଶା ପ୍ରଡକ୍ସନ୍ ଏଣ୍ଡ୍ ମିଡିଆ  ପ୍ରାଇଭେଟ୍ ଲିମିଟେଡ୍‌ର ପୂର୍ବତନ  ନିର୍ଦ୍ଦେଶକ ବରିଷ୍ଠ ସାମ୍ବାଦିକ  ସୁମନ ଚଟ୍ଟୋପାଧ୍ୟାୟଙ୍କ  ଆଗୁଆ ଜାମିନ ଆବେଦନ ମାମଲା ହାଇକୋର୍ଟରେ ଖାରଜ ହୋଇଯାଇଛି । ହାଇକୋର୍ଟର ବିଚାରପତି ଏସ୍‌. ପୂଜାହାରୀଙ୍କ  ଖଣ୍ଡପୀଠ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଆବେଦନକାରୀ ସୁମନ ଚଟୋପାଧୟଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ଦେବାଶୀଷ ପଣ୍ଡା ପରିଚାଳନା କରୁଥିବାବେଳେ ସିବିଆଇ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସାର୍ଥକ ନାୟକ ପରିଚାଳନା କରୁଥିଲେ ।

ଶ୍ରୀ ଚଟୋପାଧ୍ୟାୟ ସାରଦା  ଚିଟ୍‌ଫଣ୍ଡ ଘଟଣାରେ  ଆଗୁଆ ଆବେଦନ କରିଥିଲେ । ଅଦାଲତ  ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇପାରିବ ନାହିଁ ବୋଲି ଦର୍ଶାଇ ଗତ ୨୦୨୦  ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ସୂଚନା ଥାଉକି  ଅଦାଲତ ୩ ହଜାର କୋଟି ଟଙ୍କାର ଆଇକୋର୍ ଚିଟ୍‌ଫଣ୍ଡ ମାମଲାରେ ଅନୁକୁଳ ମାଇତିଙ୍କୁ  ପୂର୍ବରୁ ଜାମିନ ମିଳିସାରିଛି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ  ୨୦୧୪ ମସିହାରେ ସିବିଆଇ ଏହି ସଂସ୍ଥା ବିରୋଧରେ  ମାମଲା ରୁଜୁ କରିଥିଲା । ଏହା ପରେ ସିବିଆଇ ସଂସ୍ଥାର ନିର୍ଦ୍ଦେଶକ ଅନୁକୂଳ ମାଇତି ଓ ତାଙ୍କ ସ୍ତ୍ରୀ କନକା ମାଇତି ଗିରଫ ହୋଇଥିଲେ ।

ଏହି ମାମଲାରେ ପୂର୍ବରୁ ସୁମନ ଚଟ୍ଟୋପାଧ୍ୟାୟଙ୍କୁ ୨୦୧୮ ମସିହା ଡିସେମ୍ବର ୨୦ ତାରିଖରେ  ଗିରଫ  କରିଥିଲା । ସେ ତାଙ୍କର ଖବରକାଗଜ ଓ ମାଗାଜିନ୍ ନିମନ୍ତେ ଶାରଦା ଗୃପ୍ ସମେତ ଅନ୍ୟ ଦୁଇଟି ସଂସ୍ଥାରୁ ୫ କୋଟି ଟଙ୍କା ଋଣ ନେଇଥିଲେ । ଏହି ମାମଲାରେ ତାଙ୍କୁ ଜାମିନ ମିଳିଥିଲାବେଳେ ସାରଦା ଚିଟ୍‌ଫଣ୍ଡ ମାମଲାରେ ଜାମିନ ଖାରଜ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking