29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶତୃତୀୟ ଲହର ଶିଶୁଙ୍କ ପାଇଁ ମାରାତ୍ମକ ହେବନି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ତୃତୀୟ ଲହର ଶିଶୁଙ୍କ ପାଇଁ ମାରାତ୍ମକ ହେବନି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ:  ଆଗାମୀ ଦିନରେ ଭାରତରେ କୋଭିଡ୍‌ର ତୃତୀୟ ଲହର ଦେଖାଯିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଲହର ଶିଶୁମାନଙ୍କୁ ଏତେମାତ୍ରାରେ ପ୍ରଭାବିତ କରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମ୍‌ସର ମିଳିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଶିଶୁଙ୍କ ଶରୀରରେ ସାର୍ସ କୋଭ୍‌-୨ ଭୂତାଣୁର ସେରୋ ପଜିଟିଭିଟି ରେଟ୍ ଅପେକ୍ଷାକୃତ ଉଚ୍ଚରେ ରହିଥିବା ଯୋଗୁଁ ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ସେମାନେ ଏତେଟା ପ୍ରଭାବିତ ହେବେ ନାହିଁ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ୫ଟି ରାଜ୍ୟରେ ୧୦,୦୦୦ ସାମ୍ପୁଲ ସର୍ଭେ କରାଯାଇଥିଲା । ଏଥିମଧ୍ୟରୁ ମଧ୍ୟବର୍ତ୍ତିକାଳୀନ ବିଶ୍ଳେଷଣ ପାଇଁ ୪୫୦୦ ଅଂଶଗ୍ରହଣକାରୀଙ୍କ ଡାଟା ସଂଗୃହୀତ କରାଯାଇଥିଲା । ଆଗାମୀ ଦୁଇ ତିନି ମାସ ମଧ୍ୟରେ ଅଧିକ ଲୋକଙ୍କ ରିପୋର୍ଟ ଆସିବ ବୋଲି ଆଶା କରାଯାଉଛି ।

ଦକ୍ଷିଣ ଦିଲ୍ଲୀର ଲୋକାରଣ୍ୟ ଜନବସତିରେ ବାସ କରୁଥିବା ଶିଶୁଙ୍କ ଶରୀରରେ ୭୪.୭ ପ୍ରତିଶତ ସେରୋପ୍ରିଭାଲେନ୍ସ ହାର ରହିଛି ବୋଲି ନୂଆଦିଲ୍ଲୀ ଏମ୍‌ସର କମ୍ୟୁନିଟି ମେଡିସିନ ପ୍ରଫେସର ଡାଃ ପୁନିତ୍ ମିଶ୍ର କହିଛନ୍ତି । ଏପରିକିି ଦ୍ୱିତୀୟ ଲହର ପୂର୍ବରୁ ଦକ୍ଷିଣ ଦିଲ୍ଲୀର ଏହି ଅଞ୍ଚଳରେ ୧୮ ବର୍ଷରୁ କମ ବୟସର ଶିଶୁଙ୍କ ସେରୋପ୍ରିଭାଲେନ୍ସ ହାର ୭୩.୯ ପ୍ରତିଶତ ରହିଥିବା ସେ କହିଛନ୍ତି । ଦ୍ୱିତୀୟ ଲହର ପରେ ଦିଲ୍ଲୀ ଓ ଏନ୍‌ସିଆରରେ ଶିଶୁଙ୍କ କ୍ଷେତ୍ରରେ ସେରୋପ୍ରିଭାଲେନ୍ସ ହାର ଅତ୍ୟଧିକ ରହୁଥିବାରୁ ତୃତୀୟ ଲହର ଏମାନଙ୍କ ପାଇଁ ମାରାତ୍ମକ ହେବ ନାହିଁ ବୋଲି ସେ କହିଛନ୍ତି । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସ୍କୁଲଗୁଡିକ ପୁଣି ଖୋଲାଗଲେ ଏହା ଶିଶୁଙ୍କ ପାଇଁ ବିପଜ୍ଜନକ ହେବ ନାହିଁ ବୋଲି ସେ କହିଛନ୍ତି । ଦ୍ୱିତୀୟ ଲହର ଚାଲିଥିବାବେଳେ ଫରିଦାବାଦର ଗ୍ରାମାଞ୍ଚଳରେ ଉଭୟ ଶିଶୁ ଓ ବୟସ୍କଙ୍କ ସେରୋପ୍ରିଭାଲେନ୍ସ ହାର ପ୍ରାୟ ସମାନ (୫୯.୩ %) ରହିଥିବା ସର୍ଭେରୁ ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଶିଶୁଙ୍କ ଶରୀରରେ ଥିବା ସେରୋପ୍ରିଭାଲେନ୍ସ ସ୍ତର ତୃତୀୟ ଲହରକୁ ମୁକାବିଲା କରିବାରେ ସମର୍ଥ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking