35.1 C
Bhubaneswar
Sunday, May 19, 2024
Homeଓଡିଶାଶିଶୁ,ମାତୃ ମୃତ୍ୟୁହାର ରୋକିବାକୁ ସୁରକ୍ଷା କିଟ୍

ଶିଶୁ,ମାତୃ ମୃତ୍ୟୁହାର ରୋକିବାକୁ ସୁରକ୍ଷା କିଟ୍

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଶିଶୁ, ମାତୃ ମୃତ୍ୟୁହାର ଶୂନ କରିବା ପାଇଁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ପ୍ରସୂତି ମା’ମାନଙ୍କୁ ସୁରକ୍ଷା କିଟ୍ ଦିଆଯାଉଛି । ଏହି ସୁରକ୍ଷା କିଟ୍ (ବ୍ୟାଗ୍‌)ରେ ମାଆ ଏବଂ ନବଜାତ ଶିଶୁଙ୍କ ପାଇଁ ପୃଥକ ସାମଗ୍ରୀ ରହିଛି । ଏହି ସାମଗ୍ରୀ ବ୍ୟବହାର କରିବା ଫଳରେ ପ୍ରସୂତି ପ୍ରସବ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ ସଚେତନ ହେବେ । ଏହା ବ୍ୟତୀତ ନବଜାତଙ୍କ ପାଇଁ ଦିଆଯାଇଥିବା ସାମଗ୍ରୀର ବ୍ୟବହାର କରି ଶିଶୁ ମାନଙ୍କୁ ବିଭିନ୍ନ ବ୍ୟାଧିରୁ ସୁରକ୍ଷିତ ରଖି ପାରିବେ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ସୁରକ୍ଷା କବଚ ବ୍ୟାଗରେ ଗୋଟିଏ ବେଡସିଟ, ରବର ଚପଲ, ହାତ ଧୁଆ ସାବୁନ, ନଖକଟା ରହିଛି । ସେହିଭଳି ଶିଶୁଙ୍କ ପାଇଁ ଦୁଇ ହଳ ଡ୍ରେସ୍‌, ୧୦ଟି ନ୍ୟାପିସ୍‌, ବେବି ଟାୱାଲ୍‌, ମଶାରି, ପ୍ଳାଷ୍ଟିକ ମ୍ୟାଟ ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଉଲ୍ଲେଖ ଥାଉ କି ରାଜ୍ୟ ସରକାରଙ୍କ “ସମ୍ପୂର୍ଣ୍ଣା'(ଶିଶୁ ଏବଂ ମାତୃ ମୃତ୍ୟୁ ହାର ପୂର୍ଣ୍ଣ ନିରାକରଣ ଅଭିଯାନ) ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଗତ କିଛି ଦିନ ଧରି ଜିଲ୍ଲାରେ ଚାଲିଛି । ଗୋଟିଏ ପଟେ ସୁରକ୍ଷା ସାମଗ୍ରୀ ପାଇବା ସହ ସେଗୁଡିକର ବ୍ୟବହାର ଫଳରେ ପ୍ରସୂତି ମା’  ସଚେତନ ହେବା ସହ ଶିଶୂର ସ୍ୱାସ୍ଥ୍ୟର ସୁରକ୍ଷା କରୁଛନ୍ତି । ଏଭଳି ବ୍ୟବସ୍ଥା ପରେ ଅଧିକାଂଶ ମହିଳା ସରକାରୀ ଚିକିତ୍ସାଳୟରେ ପ୍ରସବ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଡିଏମ୍‌ଆରସିଏଚ୍ ଶକ୍ତି କୁମାର ଦିଗାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking