32.1 C
Bhubaneswar
Friday, April 26, 2024
Homeଓଡିଶାସୁକିନ୍ଦା ବିଜେଡିର ମିଶ୍ରଣ ପର୍ବ

ସୁକିନ୍ଦା ବିଜେଡିର ମିଶ୍ରଣ ପର୍ବ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡିର ସଂଗଠନ ଅଭିବୃଦ୍ଧି ଦିନକୁ ଦିନ ଦୁଇ ପାଦ ଆଗଉଛି କଂଗ୍ରେସ ଓ ବିଜେପି ଦଳ ପରି ତ୍ୟାଗ କରି ବିଜେଡି ଦଳ ରେ ସାମିଲ ହେବାଯୋଗୁ ବିଜେଡି ଲାଭରେ ଥିଲା ବେଳେ ବିଜେପି ଦଳ ପ୍ରତି ଚିନ୍ତାର କାରଣ ହୋଇଛି ଆଗକୁ ପଂଚାୟତ ନିର୍ବାଚନ ଆସୁଛି । ବିଜେଡି କାୟା ବିସ୍ତାର କରୁ ଥିଲା ବେଳେ ବିଜେପି ଓ କଂଗ୍ରେସ ଜାତୀୟ ଦଳ ବିଜେଡିକୁ ସମାନ କରିବା କଷ୍ଟ କର ବ୍ୟାପାର ହୋଇଯିବ ବୋଲି ଆଶଙ୍କା କରା ଯାଉଛି । ବିଧାୟକ ଜୁନିଅର ଘଡ଼ାଇ ସଂଗଠନ ପାଇଁ ଦିନ ରାତି ସମାନ କରି ବିଭିନ୍ନ ପଂଚାୟତ ଗ୍ରସ୍ତ କରି ଯୁବ ନେତୃତ୍ୱକୁ ପ୍ରଧାନ ଦେଉଛନ୍ତି । ଦଳ ମଧ୍ୟରେ ଥିବା ଅଳିଆକୁ ସଫା କରି ନୂତନ ନେତୃତ୍ୱ ସୃଷ୍ଟି କରୁଥିବାରୁ ଦଳରେ ଥାଇ ଦଳ ବିରୋଧୀ କରୁଥିବା ନେତା ମାନେ ପ୍ରମାଦ ଗଣି ବିଧାୟକ ଙ୍କ ପ୍ରିୟ ପାତ୍ର ହେବା ପାଇଁ ପ୍ରୟାସ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି ,ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ବିଜେପି ସମର୍ଥକମାନେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପଞ୍ଚାୟତର ହାତୀବାରି ଗ୍ରାମର ୨୦ ଜଣ ବିଜେଡି ରେ ମିଶିଛନ୍ତି । ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ ବିଜେଡି ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking