ସୁକିନ୍ଦା ମଜଦୁର ସଂଘର ବାକିଆ ପାଉଣା ପ୍ରଦାନ ପାଇଁ ବୈଠକ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଉପତ୍ୟକା ଖଣିଅଂଚଳରେ କେତକ ଖଣି ମାଲିକ ଓ ଠିକାଦାର ମାନେ ଶ୍ରମିକ ମାନଙ୍କ ପ୍ରାପ୍ୟ ପ୍ରଧାନ କରୁନଥିବାରୁ ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । କୋଭିଡ଼ ସମୟ ରେ ସେମାନଙ୍କ ବାକିଆ ପାଉଣା କୁ ପ୍ରଦାନ ପାଇଁ ସୁକିନ୍ଦା ବିଧାୟକ ତଥା ମଜଦୁର ସଂଘର ସଭାପତି ଇଂ ପ୍ରିତିରଂଜ ଘଡ଼ାଇ ଅଧକ୍ଷତାରେ ଏକ ବୈଠକ କାଳିଆପାଣି ଠାରେ ଅନୁଷ୍ଠିତ ହୋଇଥିଲା । ଶ୍ରମିକମାନଙ୍କ ବାକିଆ ପାଉଣା ସମ୍ପର୍କରେ ଆଲୋଚନା ହୋଇଥିଲା । ସୁକିନ୍ଦାକାଳିଆପାଣିରେ ଥିବା ବାଲେଶ୍ବର ଅଲୱେଜ୍ ଏବଂ ବିଜିଜ (ଈଏଜ )ଠିକାଦାର ଅଧିନରେ କାର‌୍ୟ୍ୟରତ ଶ୍ରମିକମାନଙ୍କ ବକେୟା ଦରମା ଓ ବୋନସ ପ୍ରଦାନ ନିମନ୍ତେ ବୈଠକରେ ନିଷ୍ପତି ହୋଇଛି । ସୁକିନ୍ଦା ଅଞ୍ଚଳ କ୍ରୋମାଇଟ ଖଣି ଖାଦନ ମଜଦୁର ସଂଘର ସଭାପତି ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ବାଲେଶ୍ବର ଅଲୱେଜ୍ ଅଧିକାରୀଙ୍କୁ ୭ ଦିନ ମଧ୍ୟରେ ବକେୟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବିଜିରା (ଈଏଜ)କର୍ମଚାରୀଙ୍କ ବକେୟା ଦରମା ଏବଂ ବୋନସ ପ୍ରଦାନ ପାଇଁ କାର୍ଯ୍ୟରତ ବିଧାୟକ ଆସନ୍ତାକାଲି ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here