ରାଜ୍ୟରେ ୨୪ଘଣ୍ଟାରେ ୮୬୮ ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ ୧୨୬

corona case in odisha

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୬୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୪୯୯ ଜଣ କ୍ୱାରେନଟାଇନ୍‌ରୁ ଥିବା ବେଳେ ୩୬୯ ଜଣ ସ୍ଥାନୀୟ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ ୧୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୭୮୮ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦୧୭୭୭ ଜଣ ଓ ୮୩୬୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here