40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପରୀ ହତ୍ୟା ମାମଲାରେ ବାବୁଲିକୁ ମାରାଥନ ଜେରା

ପରୀ ହତ୍ୟା ମାମଲାରେ ବାବୁଲିକୁ ମାରାଥନ ଜେରା

ନୟାଗଡ଼ : ପରୀ ହତ୍ୟା ମାମଲାରେ ଦାୟୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ ଜେରା କରିଛି ଏସଆଇଟି ଟିମ । ପରୀର ବାପା ମା’ ପ୍ରଥମରୁ ବାବୁଲି ନାୟକର ହିଁ ନାମ ନେଇଥିଲେ । ଗତକାଲି ଏସଆଇଟି ନିଜର କାର୍ଯ୍ୟ ଆରମ୍ଭ କରି ବାବୁଲି ନାୟକର ଘର ଯାଞ୍ଚ କରିଥିଲ । ଆଜି ପୁଣି ତାଙ୍କୁ ଓ ତାଙ୍କ ଡ଼୍ରାଇଭରକୁ ଜେରା ପାଇଁ ନିଆଯାଇଛି । ପରୀକୁ ଆକ୍ରମଣ ଯେଉଁ ଦିନ ହୋଇଥିଲା ସେହିଦିନ ବାବୁଲି ଓ ଡ଼୍ରାଇଭର କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇ ତନାଘନା ଚାଲିଛି ।
ସୂଚନାଥାଉକି ପରୀ ବାପା ମା’ ନିଜ ଝିଅର ହତ୍ୟା କରାଯାଇ ତା’ ଆଖି ଓ କିଡ଼ୀନି ବାହାର କରାଦିଆଯାଇଥିବା ଅଭିଯୋଗ କରିଥିଲେ । କିନ୍ତୁ ନୟାଗଡ଼ ପୋଲିସ ଅଭିଯୋଗକୁ ଅଣଦେଖା କରି ତଦନ୍ତ କରୁନଥିଲା । ତେଣୁ ସେମାନେ ବିଧାନସଭା ଆଗରେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ଏହି ଘଟଣା ପରଠୁ ରାଜ୍ୟରେ ପରୀକୁ ନ୍ୟାୟ ଦେବାପାଇଁ ବିରୋଧ ତୀବ୍ର ହୋଇଥିଲା । ତେଣୁ ତଦନ୍ତ ପାଇଁ ଏସଆଇଟି ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking