26.1 C
Bhubaneswar
Friday, March 29, 2024
Homeଓଡିଶାସୁକିନ୍ଦାରେ ବୋମାମାଡରେ ଯୁବକ ଗୁରୁତର ଆହତ

ସୁକିନ୍ଦାରେ ବୋମାମାଡରେ ଯୁବକ ଗୁରୁତର ଆହତ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର କଲେଜ ଛକ ନିକଟସ୍ଥ କାଜୁଜଙ୍ଗଲ ପାଖରେ ବୋମାମାଡରେ ଯୁବକ ଗୁରୁତର ଆହାତ ଗତକାଲି ରାତିରେ ହୋଇ ଥିଲା।ଗୁରୁତର ଆହାତ ବ୍ୟକ୍ତି ଜଣଙ୍କ ଯାଜପୁର ଜିଲ୍ଲା ବର୍ଚଣା ଥାନା ଅନ୍ତର୍ଗତ ପାଇକିରାପୁର ଗ୍ରାମର ଗନ୍ଧର୍ବ ସ୍ୱାଇଁ ବୋଲି ଜଣାପଡିଛି । ଆହାତ ବ୍ୟାକ୍ତି କହିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନକୁ ଜମି ଦେଖିବାକୁ ଯାଇଥିଲେ । ସେଠୁ ଫେରିବା ବେଳକୁ ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର କଲେଜ ଛକ ଠାରେ ଥିବା କାଜୁ ଜଙ୍ଗଲ ପାଖରେ ଦୁଇଜଣ ଡକାୟତ ରାସ୍ତାରେ ଭୁଜାଲି ଧରି ଛିଡା ହୋଇ ଅଟକାଇ ଥିଲେ ।ସେମାନଙ୍କୁ ଦେଖି ଗନ୍ଧର୍ବ ଗାଡିଛାଡି  ପଳାଇ ଯାଉଥିଲେ କାଜୁ ଜଙ୍ଗଲ ଭିତରକୁ ଦୈଡି ଥିବା ସମୟରେ ଡକାୟତ ବୋମା ଫୋପାଡି ଥିଲେ । ବୋମାମାଡ ହେବା ଦ୍ୱାରା ଗନ୍ଧର୍ବଙ୍କର ମୁଣ୍ଡ ଓ ଡାହାଣ ହାତରେ ଗଭିର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ଟଳିପଡି ଥିଲେ ଗନ୍ଧର୍ବ ଟଳିପଡିବା ପରେ ଦୁଇଜଣ ଡକାୟତ ଗନ୍ଧର୍ବ ପାଖରୁ ୨୦୦୦ ହଜାର ଟଙ୍କା ମଟରସାଇକେଲ ଜାମ୍ଫିନେଇ ପଳେଇ ଯାଇଥିଲେ । ଦୀର୍ଘ ୨ ଘଣ୍ଟା ପରେ ଗନ୍ଧର୍ବ ଙ୍କର ଟିକେ ଚେତା ଆସିଥିଲା । ଗନ୍ଧର୍ବ ତାଙ୍କ ସମ୍ପର୍କିତ ହରିପୁର ଗ୍ରମର ଦେବେନ୍ଦ୍ର ମହାନ୍ତିଙ୍କୁ ଫୋନ୍ କରି ଯାଇଥିଲେ । ଦେବେନ୍ଦ୍ର ଘଟଣା ସ୍ଥଳରେ ପହଂଚି ଗନ୍ଧର୍ବଙ୍କୁ ଉଦ୍ଧାର କରି ୧୦୮ ସାହାଯ୍ୟରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଆହାତ ଗନ୍ଧର୍ବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲକୁ ପଠା ଯାଇଥିଲା । ଏବଂ ଆହାତ ଗନ୍ଧର୍ବ ଓ ଦେବେନ୍ଦ୍ର କହିଛନ୍ତି ଯେ ଆଜି ଯଦି ଏଭଳି ବୋମାମାଡ ଘଟଣା ଘଟିଛି ଏଥିପାଇଁ ସୁକିନ୍ଦା ପୋଲିସର ପେଟ୍ରୋଲିଙ୍ଗି ଅଭାବ ଅପରାଗତାରୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking