28.1 C
Bhubaneswar
Saturday, April 27, 2024
Homeଅପରାଧଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ପାଇକସାହି : ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଅଧୀନସ୍ଥ ବନ୍ଧ ଗାଁରେ ଆଜି ସକାଳେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଯୁବକଜଣକ ହେଲେ ସେହି ଗ୍ରାମର ଶେଷଦେବ ନାୟକଙ୍କ ପୁଅ ମାନସ ନାୟକ । ପ୍ରେମଜନିତ କାରଣରୁ ମାନସ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ ମାନସ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଏଥିରେ ମାନସଙ୍କ ପରିବାର ରାଜି ନ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ । ଘଟଣା ସଂପର୍କରେ ଖବର ପାଇ ଠାକୁରଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking