28.1 C
Bhubaneswar
Thursday, March 28, 2024
Homeଓଡିଶାବ୍ରିଜ ତଳକୁ ଖସିଲା କାର ,ଗୋଟିଏ ପରିବାରର ୫ମୃତ

ବ୍ରିଜ ତଳକୁ ଖସିଲା କାର ,ଗୋଟିଏ ପରିବାରର ୫ମୃତ

ବ୍ରହ୍ମପୁର : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଖାମଖିଆଲି ମନେଭାବ ଯୋଗୁଁ ଏଭଳି ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ହୋଇଥିବା ଜଣାପଡିଛି । ଆଜି ସକାଳେ ୭ଟା ବେଳେ କାର ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା ।
ସୂଚନା ଅନୁସାରେ,ସୀମାଞ୍ଚଳମରେ ଭଗବାନ ବରାହ ନରସିଂହଙ୍କ ଦର୍ଶନ ସାରି ସେଠାରୁ ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଏବେ ବ୍ରହ୍ମପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କାର୍ କଲଭର୍ଟରେ ପିଟି ହୋଇ ରାସ୍ତାକଡ଼ରେ ଥିବା କେନାଲ୍ରେ ଓଲଟି ପଡ଼ିଥିଲା । ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଆସି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଅପରପକ୍ଷରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଥିବା ଜଣାଯାଇଛି । ତେବେ କିଭଳି ଏହି ଦୁର୍ଘଟଣା ଘଟିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ମୃତକମାନେ ହେଲେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ପଲାସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking