38.1 C
Bhubaneswar
Friday, April 26, 2024
Homeଓଡିଶାନଦୀକୁ ଡେଇଁଲେ କଲେଜ ଛାତ୍ରୀ

ନଦୀକୁ ଡେଇଁଲେ କଲେଜ ଛାତ୍ରୀ

ସାଲେପୁର:ଦିନକୁ ଦିନ ରାଜ୍ୟରେ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କିଏ ଅଧିକ ଚାପଗ୍ରସ୍ଥ ହୋଇ ଆତ୍ମହତ୍ୟା କରୁଛି ତ କିଏ ପାରବାରିକ କଳହକୁ ନେଇ ଆତ୍ମହତ୍ୟା କରୁଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ସାଲେପୁରରେ ଦେଖିବାକୁ ମିଳିଛି । ନିଖୋଜ ଛାତ୍ରୀଙ୍କ ନାମ ମୋନାଲିନୀ ମହାନ୍ତି । ସେ ବଲ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର +୨ର ଛାତ୍ରୀ । ନିଶ୍ଚିତକୋଇଲି ବରପଡା ନିକଟ ଏକ ପୋଲ ଉପରୁ  ଛାତ୍ରୀ ଡେଇଁପଡିଥିବା ଜଣାପଡିଛି । ନଦୀକୁ ଡେଇଁ କଲେଜ ଛାତ୍ରୀ ଜଣକ ନିଖୋଜ ଅଛନ୍ତି । ଛାତ୍ରୀ ଜଣକ ଡେଇଁ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପାଇ ଘଟଣା ସ୍ଥଳରେ ପହଞ୍ଚି ନଦୀରୁ ଯୁବତୀ ଜଣଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି । ହେଲେ ଯୁବତୀ ଜଣକ ଏଭଳି ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି ।
https://onakhabar.com/2019/12/23/sucide-28/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking