35.1 C
Bhubaneswar
Tuesday, April 23, 2024
Homeଓଡିଶାମାଟି ଅତଡା ଧସି ଶ୍ରମିକ ମୃତ

ମାଟି ଅତଡା ଧସି ଶ୍ରମିକ ମୃତ

ଭୁବନେଶ୍ୱର: ଲିଙ୍ଗିପୁରରେ ଏକ ଅଘଟଣ ଘଟିଯାଇଛି । ଶ୍ରମିକ ଏବଂ ଠିକାଦାରଙ୍କ ଅସାବଧାନତା କାରଣରୁ ଏଭଳି ଘଟଣା ଘଟୁଥିବ ଜଣାପଡିଛି । ତେବେ ଲିଙ୍ଗିପୁର ଠାରେ ଚାଲିଥିବା ପିଏଚଡି କାମ ବେଳେ ଏହି ଅଘଟଣ ହୋଇଛି । ମାଟି ଅତଡା ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶ୍ରମିକଙ୍କୁ ମାଟି ତଳୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ମେଡିକାଲକୁ ପଠା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡିଛି । ତେବେ ମୃତ ଶ୍ରମିକଙ୍କ ପରିଚୟ ଜଣାପଡି ନାହିଁ । ଏହି ଘଟଣାକୁ ନେଇ ପିଏଚଡି କାମକୁ ଠିକାରେ ନେଇଥିବା ଠିକାଦାର ଭାଇଙ୍କୁ ଧଉଳି ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।
https://onakhabar.com/2019/12/23/child-murder-case/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking