27.1 C
Bhubaneswar
Thursday, April 25, 2024
Homeଓଡିଶାହଜିଗଲାଣିକି ମାନବିକତା : ଆବର୍ଜନାକୁଣ୍ଡ ସାଜିଛି ମାନସିକ ବିକୃତାଙ୍କ ବାସଗୃହ

ହଜିଗଲାଣିକି ମାନବିକତା : ଆବର୍ଜନାକୁଣ୍ଡ ସାଜିଛି ମାନସିକ ବିକୃତାଙ୍କ ବାସଗୃହ

 
ସଇଁନ୍ତଲା : ଜନ୍ମରୁ ମୃତ୍ୟୁ  ପର୍ଯ୍ୟନ୍ତ ରାଜ୍ୟସରକାର  ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । ହେଲେ କାହା ପାଇଁ । ଭଗବାନଙ୍କ ସୃଷ୍ଟି ବଡ ବୋଲି ମନେ ହୁଏ । ଯାହାର ପରିବାର ଥାଇକି ମଧ୍ୟ ଦୀର୍ଘ ୨୫ ବର୍ଷରୁ ଅଧିକ ହେବ ମାନସିକ ବିକୃତ ବ୍ୟକ୍ତି ଜଣକ ଆବର୍ଜନା କୁଣ୍ଡ ସହ ସ୍ଥାନୀୟ ଦୁର୍ଗାମଣ୍ଡପରେ  ରହି ଆସୁଛନ୍ତି । ଏ ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗ୍ରାମରେ ।
ସୂଚନା ଅନୁଯାୟୀ,  ଦିନ ଥିଲା ସେ ଘର ସଂସାର କରି ଆରାମରେ ରହୁଥିଲା । ହେଲେ କୁଆଡେ ମାଡିଆସିଲା ଢେଉ ଟିଏ ସେ ହୋଇଗଲା ମାନସିକ ବିକୃତ । ମଣିଷ ବେଳେ ବେଳେ  ଚାହିଥାଏ ଘରସଂସାର କରି ପୁଅ ଝିଅକୁ ପାଠ ପଢାଇବି ହେଲେ ହେଲା ବିପରିତ ଏବଂ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଅର୍ଥ ଯୋଗାଣ କରି ପେଟ ପୋସିବା ପାଇଁ କାମ କରିଯାଇଛନ୍ତି । ହେଲେ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଚିକିତ୍ସାରେ ବାଧାପ୍ରାପ୍ତା ହେଲା । ସେ ଦୀର୍ଘ ୨୫ ବର୍ଷରୁ ଅଧିକ ହେବ  ମାନସିକ ବିକୃତ ହୋଇ ଆବର୍ଜବା କୁଣ୍ଡରେ ବସବାସ କରିବା ସହିତ ଦୁର୍ଗାମଣ୍ଡପ ସାଜିଛି ତାଙ୍କର ବାସଗୃହ ।
ସେ ମାନସିକ ଭାରସାମ୍ୟ ହରାଇଥିବା ଯୋଗୁ କାହାକୁ ନିଜର କି ଆପଣର କିଏ ବୋଲି ଚିହ୍ନିତ କରିପାରିନଥିଲା । ସେ ମନେ ମନେ ଭାବୁଥାଏ ଯେ କିଏ କାଲେ କ’ଣ ଖାଇବାକୁ ମୁଠେ ଆଣିଦେବ । କିନ୍ତୁ ଏହିରାସ୍ତା ଦେଇ ଲୋକମାନେ ପ୍ରତିଦିନ ଯାତାୟାତ କରୁଥିଲେ ସୁଦ୍ଧା ଆହା ବୋଲି ପଦେ କହିବା  ଦୁରର କଥା ଭଗବାନଙ୍କ ନିର୍ଦ୍ଧୟ ସହ ବଂଚିତ ଅଛି ବୋଲି ଆଲୋଚନା ବିଷୟ ପାଲଟିଛି । ଘୁନସର ଗ୍ରାମର ଦୁର୍ଗାମଣ୍ଡପର ଦୃଶ୍ୟ ସହିତ ବିଭିନ୍ନ ସ୍ଥାନରେ ବସବାସ କରିଥାଏ ଏହି ମାନସିକ ବ୍ୟକ୍ତି । ଏଭଳି ଅଭାବନିୟ ଦୃଶ୍ୟ ସରକାରୀ ଯୋଜନା  ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । ଅନେକ ନେତା ମନ୍ତ୍ରୀ ଠାରୁ ଆରମ୍ଭ କିରି ସରକାରୀ  ଅଧିକାରୀମାନଙ୍କ ସମେତ ଗ୍ରାମବାସୀମାନେ ଯାତାୟାତ ସମୟରେ ଦୃଷ୍ଟି ପଡିଥାଏ କିନ୍ତୁ ଆହା କରିବାର ଲୋକେ ନାହାନ୍ତି । କିନ୍ତୁ ବାସ୍ତବରେ କ’ଣ ମଣିଷ ପଣିଆ ବୋଧେ  ନାହିଁ  ବୋଲି ମନେ ହୁଏ ।  ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ  ଚିକିତ୍ସା କରିବା ପାଇଁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking