31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସ୍ୱଦେଶୀ ଲଙ୍ଗ୍ ରେଞ୍ଜ୍ ବୋମାର ସଫଳ ପରୀକ୍ଷଣ

ସ୍ୱଦେଶୀ ଲଙ୍ଗ୍ ରେଞ୍ଜ୍ ବୋମାର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ:  ଭାରତ ଶୁକ୍ରବାର ଦେଶରେ ବିକାଶିତ ଲଙ୍ଗ୍ ରେଞ୍ଜ୍ ବୋମାର ସଫଳ ପରୀକ୍ଷଣ କରିଛି । ଡିଆର୍‌ଡିଓ ଦ୍ୱାରା ବିକଶିତ ଏହି ବୋମାକୁ ଭାରତୀୟ ବାୟୁସେନା ପକ୍ଷରୁ ଏକ ଏରିୟଲ୍ ପ୍ଲାଟ୍‌ଫର୍ମ ଜରିଆରେ ଟେଷ୍ଟ କରାଯାଇଛି । ସୂଚନା ଅନୁସାରେ ଏହି ବୋମା ଏକ ଫାଇଟର୍ ଏୟାର୍‌କ୍ରାଫ୍ଟରୁ ପକାଯାଇଥିଲା ଏବଂ ଭୂମିରେ ବହୁ ଦୂରରେ ଥିବା ଟାର୍ଗେଟ୍ ପର୍ଯ୍ୟନ୍ତ ଗାଇଡ୍ କରି ଲକ୍ଷ୍ୟଭେଦ କରାଯାଇଥିଲା। ଡିଆର୍‌ଡିଓ ଅନୁସାରେ ଏହି ବୋମାର ଲକ୍ଷ୍ୟ ଏକ ନିର୍ଦ୍ଦଷ୍ଟ ସୀମା ପର୍ଯ୍ୟନ୍ତ ସଠିକ୍ ହୋଇଥାଏ । ସାଧାରଣ ବୋମାକୁ ନିକ୍ଷେପ କରିବା ପରେ ନିୟନ୍ତ୍ରିତ କରାଯାଇପାରୁ ନଥିବା ବେଳେ ଲଙ୍ଗ ରେଞ୍ଜ୍ ଗାଇଡେଡ୍ ବୋମା (ସ୍ମାର୍ଟ ବମ୍‌)କୁ ନିକ୍ଷେପ କରିବା ପରେ ଏହାର ଦିଗ ଓ ଗତିକୁ ପରିବର୍ତ୍ତିତ କରିଯାଇପାରେ । ଫଳରେ ଏହି ବୋମା ସଠିକ୍ ଲକ୍ଷ୍ୟଭେଦ କରିବା ସହ ବିପଜ୍ଜନକ ଭାବେ ଶତ୍ରୁପକ୍ଷର ଟାର୍ଗେଟ୍‌କୁ ନଷ୍ଟ କରିବାରେ ସଫଳ ହୋଇଥାଏ ।

ସାଧାରଣ ବୋମା ତୁଳନାରେ ସ୍ମାର୍ଟ ବମ୍ ସମ୍ପୂର୍ଣ୍ଣ ଭିନ୍ନ ଭାବେ ଡିଜାଇନ୍ ହୋଇଥାଏ । ଏଥିରେ ଅଲଗା ପ୍ରକାରର ଡେଣା (ପକ୍ଷ) ଲାଗିଥାଏ, ଯାହା ଦ୍ୱାରା ଏହାର ଦିଗ ନିୟନ୍ତ୍ରିତ କରାଯାଏ । ଏହାର କେବଳ କେତେକ କୋଣକୁ ବଦଳାଇ ଏହାର ଲକ୍ଷ୍ୟରେ ପରିବର୍ତ୍ତନ କରାଯାଇଥାଏ । ଅର୍ଥାତ୍ ଏହା ସିଧା ପଡ଼ିବା ପରିବର୍ତ୍ତେ ଗ୍ଲାଇଡ୍ କରି ତଳକୁ ଖସିବା ସହ ଲକ୍ଷ୍ୟକୁ ସଠିକ୍ ଭାବେ ଭେଦ କରେ । ସେହିପରି ରାଜସ୍ଥାନର ପୋଖରାନ୍ ରେଞ୍ଜ୍‌ରେ ଅକ୍ଟୋବର ୨୮ରେ ଡିଆର୍‌୍‌ଡିଓ ଦ୍ୱାରା ବିକଶିତ ସ୍ମାର୍ଟ ଆଣ୍ଟି ଏୟାର୍‌ଫିଲ୍ଡ ୱିପନ୍‌ର ସଫଳ ପରୀକ୍ଷଣ କରାଯାଇଛି । ଶୁକ୍ରବାର ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ସଠିକ୍ ଲକ୍ଷ୍ୟଭେଦ କରିପାରୁଥିବା ଏହି ୱିପନ୍‌ର ଅଧିକ ପରୀକ୍ଷଣ କରାଯିବ । ଏହି ୱିପନ୍‌ର ଏହା ୧୦ମ ପରୀକ୍ଷଣ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking