39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପିଏଫ୍ ଖାତାଧାରକଙ୍କୁ ମିଳିବ ୮.୫% ସୁଧ

ପିଏଫ୍ ଖାତାଧାରକଙ୍କୁ ମିଳିବ ୮.୫% ସୁଧ

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ସରକାର ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଖାତାଧାରକଙ୍କୁ ଉପହାର ଦେଇଛନ୍ତି । ୨୦୨୦-୨୧ରେ ଭବିଷ୍ୟନିଧି ପାଣ୍ଠିରେ ୮.୫% ସୁଧ ଦେବାପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି ।  ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି । ଫଳରେ ଆଗାମୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ଖାତାରେ ସୁଧ ଜମା ହେବ ବୋଲି ଜଣାପଡ଼ିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଦୀପାବଳୀ ଉପହାର ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ ପିଏଫ୍ ସଦସ୍ୟମାନଙ୍କ ଜମା ରାଶିରେ ସୁଧ ହାର ସମ୍ବନ୍ଧରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତିି ନେଇଥାଏ ।

ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ ତଥା ଟ୍ରଷ୍ଟିର ପରାମର୍ଶ ଅନୁସାରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୁଧ ହାରକୁ ଅନୁମୋଦନ କରିଥାଏ । ଚଳିତ ବର୍ଷ ଟ୍ରଷ୍ଟି ୮.୫% ସୁଧ ହାର ଦେବା ନେଇ ଅର୍ଥ ବିଭାଗକୁ ପରାମର୍ଶ ଦେଇଥିଲା ଯାହା ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି । ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତବିତ ସୁଧ ହାରକୁ କେନ୍ଦ୍ର ଅର୍ଥ ବିଭାଗ ଅନୁମୋଦନ କରିଥାଏ । ଅର୍ଥ ମନ୍ତ୍ରଣାଳୟ ବିଗତ ବର୍ଷରେ ଇପିଏଫ୍ ସୁଧ ହାର ନେଇ ପ୍ରଶ୍ନ ଉଠାଇଥିଲା । ଗତବର୍ଷ ଇପିଏଫ୍‌ଓ ପାଖାପାଖି ୭୦,୩୦୦ କୋଟି ଟଙ୍କା ଲାଭ କରିଥିଲା । ଲାଭ ଆଧାରରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗାମୀ ୨୧ ବର୍ଷ ପାଇଁ ୮.୫% ସୁଧ ହାର ପାଇଁ ପରାମର୍ଶ ଦେଇଥିଲା । ଉଲ୍ଲେଖନୀୟ ଯେ ଗତ ମାର୍ଚ୍ଚରେ ସରକାର ଇପିଏଫ୍ ଜମାରେ ସୁଧ ହାର ୮.୬୫%ରୁ ୮.୫%କୁ ହ୍ରାସ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking