30.1 C
Bhubaneswar
Wednesday, April 24, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ : ବାହାଘରର ୩ବର୍ଷ ପରେ ସ୍ୱାମୀ ଗିରଫ

ନାବାଳିକାକୁ ଦୁଷ୍କର୍ମ : ବାହାଘରର ୩ବର୍ଷ ପରେ ସ୍ୱାମୀ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ନହରପଦା ଗୁଡ଼ିପାଟଣା ଗ୍ରାମର ଜଣେ ଯୁବକଙ୍କୁ ୩ ବର୍ଷ ତଳେ ହୋଇଥିବା ଦୁଷ୍କର୍ମ ଘଟଣାରେ ପୁଲିସ ଗିରଫ କରିଛି । ଦୁଷ୍କର୍ମ ପରେ ସମ୍ପୃକ୍ତ ଯୁବକଙ୍କୁ ପୀଡ଼ିତା ବିବାହ କରିଥିଲେ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗୁଡ଼ିପାଟଣା ଗ୍ରାମରପଦ୍ମଲୋଚନ ଜେନାଙ୍କ ପୁତ୍ର ରାକେଶ ବାଲିପୁର ଗ୍ରାମର ଜଣେ ନାବାଳିକାକୁ ୨୦୧୬ ମସିହାରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ବାହାନାରେ ଗର୍ଭବତୀ କରାଇ ଚେନ୍ନାଇକୁ ନେଇଯାଉଥିଲେ । ମାତ୍ର ପ୍ରେମିକ ରାକେଶ ଭଦ୍ରକ ରେଳ ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ନାବାଳିକାକୁ ଛାଡ଼ି ଖସି ପଳାଇଯାଇଥିଲେ । ନାବାଳିକା ଜଣକ ଚେନ୍ନାଇରେ ଓହ୍ଲାଇବା ପରେ ତାକୁ ରେଳ ପୁଲିସ୍ ଉଦ୍ଧାର କରି ଚେନ୍ନାଇର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା ।

ଝିଅଟିର ଘର ଓଡ଼ିଶା ଜାଣିପାରି ଚେନ୍ନାଇ ଶିଶୁ ମଙ୍ଗଳ କମିଟି ବ୍ରହ୍ମପୁର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ । ଏହାପରେ ଝିଅର ଘର ବାଲେଶ୍ୱର ଜିଲ୍ଲା ବୋଲି ଜାଣିପାରି ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା । ଏହି ସମୟରେ ନାବାଳିକାର ଗୋଟିଏ ଶିଶୁପତ୍ର ଜନ୍ମ ନେଇଥିଲା । ବାଲେଶ୍ୱର ଶିଶୁ ମଙ୍ଗଳ କମିଟି ସୋର ଥାନାକୁ ଖବର ଦେବା ପରେ ପୁଲିସ୍ ନାବାଳିକା ଏବଂ ତା’ର ଶିଶୁପୁତ୍ର ସହିତ ତା’ବାପାମା’ଙ୍କୁ ହସ୍ତାନ୍ତର କରିଥିଲେ । ନାବାଳିକାଙ୍କ ତରଫରୁ ୨୨.୯.୨୦୧୬ରେ ଏକ ଅଭିଯୋଗ ହୋଇଥିଲା ।

ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ମାତ୍ର ରାକେଶ ପରବର୍ତ୍ତୀ ସମୟରେ ନାବାଳିକାଙ୍କର ବୟସ ହୋଇଯାଇଥିବାରୁ ତାଙ୍କ ସହିତ ବୁଝାମଣାରେ ବିବାହକରି ସ୍ତ୍ରୀ ଏବଂ ପୁତ୍ରକୁ ଘରକୁ ଆଣିଥିଲେ । ଏହାପରେ ତାଙ୍କର ଆଉ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଛିି । କିନ୍ତୁ ପୂର୍ବ ମୋକଦ୍ଦମା ଅନୁଯାୟୀ ସୋର ପୁଲିସ୍ ଆଜି ତାଙ୍କ ପୁଅ ଓ ସ୍ତ୍ରୀଙ୍କ ଆଗରେ ରାକେଶଙ୍କୁ ଗିରଫ କରି ପୋକ୍‌ସୋ ଆଇନ ବଳରେ ବାଲେଶ୍ୱର କୋର୍ଟକୁ ଚାଲାଣ କରିଛି । ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇ ଚେନ୍ନାଇ ନେଇ ଯିବା ବାଟରେ ଚମ୍ପଟ ମାରିଥିବା ପ୍ରେମିକ ପରବର୍ତ୍ତୀ ସମୟରେ ଚାପରେ ପଡ଼ି ସେହି ନାବାଳିକାକୁ ବିବାହ କରି ସଂସାର କରିବା ସହିତ ଦୁଇଟି ପିଲାର ଜନକ ହେବା ପରେ ପୁଲିସ୍ ପୂର୍ବ ମୋକଦ୍ଦମା ଅନୁଯାଇ ଆଜି ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସୋର ଅଞ୍ଚଳବାସୀ ଆଶ୍ଚର୍ଯ୍ୟାନ୍ୱିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking