32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବାଣ ଫୁଟାଇବାକୁ ମିଳିବନି ଅନୁମତି, ସମସ୍ତ ବାଣ ଉପରେ ନାହିଁ ପ୍ରତିବନ୍ଧ : ସୁପ୍ରିମ୍‌କୋର୍ଟ

ବାଣ ଫୁଟାଇବାକୁ ମିଳିବନି ଅନୁମତି, ସମସ୍ତ ବାଣ ଉପରେ ନାହିଁ ପ୍ରତିବନ୍ଧ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦୀପାବଳୀରେ ବାଣ ଫୁଟାଇବାକୁ ନେଇ ସୁପ୍ରିମ୍‌କୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଉତ୍ସବ ଆଳରେ ପ୍ରତିବନ୍ଧିତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କୌଣସି ନିୟମାକ ସଂସ୍ଥାକୁ ସୁପ୍ରିମ୍‌କୋର୍ଟର ନିର୍ଦ୍ଦେଶକୁ ଅମାନ୍ୟ କରିବାର ଅନୁମତି ନାହିଁ ବୋଲି ଜଷ୍ଟିସ୍ ଏମ୍‌ଆର ଶାହ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କ ଦ୍ୱାରା ଗଠିତ ପୀଠ କହିଛନ୍ତି । ଅନ୍ୟର ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଆମେ ଉତ୍ସବର ଆୟୋଜନ କରିପାରିବା ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।

ଯଦିଓ ବାଣର ଉପଯୋଗ ନେଇ ସମ୍ପୂର୍ଣ୍ଣ ପ୍ରତିବନ୍ଧ ନାହିଁ, କେବଳ ପ୍ରତିବନ୍ଧିତ ବାଣ ଫୁଟାଇବା ନେଇ ପ୍ରତିବନ୍ଧ ରହିଛି । ବାଣ ଉପରେ ପ୍ରତିବନ୍ଧ ଲାଗୁ କରିବା ନେଇ ରାଜ୍ୟ ସରକାର, କେନ୍ଦ୍ର ସରକାର କିମ୍ବା କୌଣସି କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ୱାରା କୌଣସି ପ୍ରକାରର ଅବହେଳାକୁ ସହ୍ୟ କରାଯିବ ନାହିଁ । ଏହାକୁ ଗମ୍ଭୀରତାର ସହିତ ନିଆଯିବ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ବାଣ ଉପରେ ଲାଗିଥିବା ପ୍ରତିବନ୍ଧ ନିୟମର ଉଲ୍ଲଙ୍ଘନ ସ୍ଥିତିରେ ମୁଖ୍ୟ ସଚିବ, ଗୃହ ସଚିବ, ପୁଲିସ୍ କମିଶନର, ଜିଲ୍ଲା ପୋଲିସ ଅଧିକାରୀଙ୍କୁ ବ୍ୟକ୍ତିଗତ ରୂପେ ହାଜିର୍ ହୋଇ ଜବାବ୍ ଦାଖଲ କରିବାକୁ ହେବ ବୋଲି ସୂଚେଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking