28.1 C
Bhubaneswar
Saturday, April 27, 2024
Homeଓଡିଶାଅନ୍‌ଲାଇନ୍ ପରୀକ୍ଷା ଦାବି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଅନ୍‌ଲାଇନ୍ ପରୀକ୍ଷା ଦାବି ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବା ନେଇ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମିଳିଥିବା ସୁଚନାରୁ, କୋଭିଡ୍ ପରିପ୍ରେକ୍ଷୀରେ ସେମାନେ କଲେଜରେ ଏକାଠି ରହି ପରୀକ୍ଷା ନଦେଇ ଘରେ ରହି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି । ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପାଠ ପଢିଥିବା ବେଳେ ଏବେ ଅଫ୍‌ଲାଇନ୍‌ରେ ସେମାନେ ପରୀକ୍ଷା କହିଁକି ଦେବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏ ସଂପର୍କରେ କଲେଜ ଡାଇରେକ୍ଟର ଡ. ସତ୍ୟବ୍ରତ ମହନ୍ତ କୁହନ୍ତି, ଛାତ୍ରଛାତ୍ରୀମାନଙ୍କ ଦାବି ସଂପର୍କରେ ରାଜ୍ୟ ବୈଷୟିକ ଶିକ୍ଷା ନିର୍ଦେଶକଙ୍କ ଦୃଷ୍ଟିଗୋଚର କରିଛୁ । ସେଠାରେ ଯାହା ନିଷ୍ପତି ଚୂଡାନ୍ତ ହେବ ତାହା ସାରା ରାଜ୍ୟରେ ଲାଗୁହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking