26.1 C
Bhubaneswar
Tuesday, May 7, 2024
Homeଓଡିଶାଓଡାପଡ଼ାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି

ଓଡାପଡ଼ାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହା ଗ୍ରାମରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ବିଳମ୍ବିତ ରାତ୍ରିରେ ବଣୁଆ ହାତୀପଲ ଘର ଭାଙ୍ଗିବା ସହିତ ଫସଲ ଦଳି ଚକଟି ନଷ୍ଟ କରିଥିବା ଜଣାପଡିଛି । ମିଳିଥିବା ସୁଚନାରୁ ଗ୍ରାମର କାଶିନାଥ ସାହୁଙ୍କର ଦୁଇ ବଖରା ଚାଳଘର ଭାଙ୍ଗିଦେବା ସହିତ ଘରେ ଥିବା ଫସଲ ସବୁ ଦଳି ଚକଟି ନଷ୍ଟ କରିଦେଇଛି । ଏହାପରେ ମଧ୍ୟ ଗ୍ରାମର ଅନେକ ଲୋକଙ୍କ ଘରଭାଙ୍ଗି ଫସଲ ନଷ୍ଟ କରି ଦେବା ଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ଦୁଃଖର ବିଷୟ ପ୍ରଶାସନ ପକ୍ଷରୁ କାଶିନାଥଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଇନଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବଣୁଆ ହାତୀପଲ ଗ୍ରାମ ଭିତରେ ପଶି ବ୍ୟାପକ ଧନ ସଂପତି ନଷ୍ଟ କରୁଥିଲେ ମଧ୍ୟ ପ୍ରଶାସନର କୌଣସି ପଦକ୍ଷେପ ନେଉନଥିବା ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସହାୟତା ପ୍ରଦାନ କରିବା ସହିତ ହାତୀପଲ ଘଉଡାଇବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking