35.1 C
Bhubaneswar
Wednesday, May 8, 2024
Homeଓଡିଶାରାଜଧାନୀରେ ଭାସିଗଲେ ଛାତ୍ର

ରାଜଧାନୀରେ ଭାସିଗଲେ ଛାତ୍ର

ଭୁବନେଶ୍ୱର : ବର୍ଷା ପାଣିରେ ଭାସିଯାଇ ୧୫ବର୍ଷୀୟ ଛାତ୍ର ନିଖୋଜ । ଇଏ କଉଠି ନଦୀ କି ନାଳରେ ନୁହେଁ । ଖୋଦ୍ ରାଜଧାନୀ ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେଛାତ୍ର ଭାସିଗଲେ । ପ୍ରବଳର ବର୍ଷାରେ ଖୋଲା ଡ୍ରେନ୍‌ରେ ପ୍ରଭାବିତ ପାଣିରେ ଭାସିଗଲେ ଛାତ୍ର । ଟ୍ୟୁସନ୍ ଯିବା ବାଟରେ ଭାସିଯାଇ ନିଖୋଜ ଅଛନ୍ତି ଛାତ୍ର । ଖୋଜା ଖୋଜି ଆରମ୍ଭ ହୋଇଛି। ସ୍ଥାନୀୟ ଲୋକେ ଖୋଜାଖୋଜି କରୁଥିଲେ ବି ଏଯାବତ୍ କୌଣସି ପତା ମିଳିପାରି ନାହିଁ । ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିର୍ମୟ ବେହେରା ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗରକୁ ଟ୍ୟୁସନ୍ ଯାଉଥିଲେ। ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିବା ଅନୁମାନ କରାଯାଉଛି। ଏହାପରେ ପାଖରେ ଥିବା ଡ୍ରେନରେ ସେ ପଡ଼ି ଯାଇଥିଲେ । ଦୀର୍ଘ ୪ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ଖୋଜାଖୋଜି କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜ୍ୟୋତିର୍ମୟ ବେହେରାଙ୍କୁ ଠାବ କରାଯାଇପାରି ନାହିଁ। ବର୍ତ୍ତମାନ ରାଜଧାନୀରେ ଏହାକୁ ନେଇ ଚ ର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking