33.1 C
Bhubaneswar
Saturday, April 27, 2024
Homeକରୋନାଗୁରୁତର କରୋନା ରୋଗୀଙ୍କୁ ଭଲ କରିବ ଏହି ଔଷଧ !

ଗୁରୁତର କରୋନା ରୋଗୀଙ୍କୁ ଭଲ କରିବ ଏହି ଔଷଧ !

ବ୍ରିଟେନ : କରୋନାକୁ ନାଶ କରିବ ଜୀବନରକ୍ଷକ ରୋନାପ୍ରେବ୍‌ । ବ୍ରିଟେନରେ କରୋନା ଭାଇରସରେ ପୀଡିତ ହଜାର ହଜାର ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୋଗୀମାନଙ୍କୁ ବର୍ତ୍ତମାନ ରୋନାପ୍ରେବ୍‌ ନାମକ ଏକ ନୂତନ ଜୀବନ ରକ୍ଷାକାରୀ ଆଣ୍ଟିବଡି ସହିତ ଚିକିତ୍ସା କରାଯିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏହି ଔଷଧ ଦେଇ ଚିକିତ୍ସା କରାଯାଇଥିଲା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ତଥା ଟିକାକରଣ ପରେ ମଧ୍ୟ ଭାଇରସ୍ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇନଥିବା ଲୋକଙ୍କୁ ଏହି ଔଷଧ ଦିଆଯିବ ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡିର ମିଶ୍ରଣରେ ତିଆରି ହୋଇଛି ରୋନାପ୍ରେବ୍‌ ।

ଯେଉଁ ଡାକ୍ତରଖାନାରେ କରୋନା ରୋଗୀଙ୍କ ଠାରେ ଆଣ୍ଟିବଟି ପ୍ରଭାବଶୀଳ ହେଉନାହିଁ, ସେହି ଡାକ୍ତରଖାନାକୁ ପ୍ରଥମେ ଏହି ଔଷଧ ପଠାଯିବ । ଗତ ବର୍ଷ ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବାବେଳେ, ତାଙ୍କୁ ଏହି ଆଣ୍ଟିବଡି ସାହାଯ୍ୟରେ ଚିକିତ୍ସା କରାଯାଇଥିଲା। ଯେଉଁ କରୋନା ରୋଗୀଙ୍କ ଠାରେ କୌଣସି ପ୍ରକାରର ଚିକିତ୍ସାର ପ୍ରଭାବ ପଡୁନଥିଲା, ସେମାନଙ୍କ ପାଇଁ ଏହି ଔଷଧ ତିଆରି କରାଯାଇଥିବା କହିଛନ୍ତି ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ । ତେଣୁ ଏହି ନୂଆ ଆଣ୍ଟିବଟିକୁ ସମଗ୍ର ବ୍ରିଟେନ୍‌ବାସୀଙ୍କୁ ଦିଆଯିବ । ଆସନ୍ତା ସପ୍ତାହ ମଧ୍ୟରେ ରୋଗୀଙ୍କ ଉପରେ ଏହି ଔଷଧର ପ୍ରଭାବ ଦେଖାଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking