30.1 C
Bhubaneswar
Monday, May 6, 2024
Homeଓଡିଶାପ୍ରଧାନ ଶିକ୍ଷକଙ୍କ ବଦଳିରେ କାନ୍ଦ ବୋବାଳିରେ ଫାଟିଲା ସ୍କୁଲ ପରିସର

ପ୍ରଧାନ ଶିକ୍ଷକଙ୍କ ବଦଳିରେ କାନ୍ଦ ବୋବାଳିରେ ଫାଟିଲା ସ୍କୁଲ ପରିସର

ନବରଙ୍ଗପୁର : ଗୁରୁ-ଶିଷ୍ୟ ପରମ୍ପରାର ମଧୁର ଚିତ୍ର । ପ୍ରଧାନ ଶିକ୍ଷକଙ୍କ ବଦଳିରେ ସ୍କୁଲ ପରିସରରେ କାନ୍ଦିଲେ ଛାତ୍ରଛାତ୍ରାୀ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଗୁରୁ-ଶିଷ୍ୟ ପରମ୍ପରାର ଏହି ମଧୁର ଚିତ୍ର । ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ଆସିବା ପରେ ଭୋ ଭୋ ହୋଇ କାନ୍ଦିଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମେଦନା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ବାରିକଙ୍କୁ ରାଇଘର ବ୍ଲକକୁ ବଦଳି କରାଯାଇଛି । ଦୀର୍ଘବର୍ଷ ଧରି ଶିକ୍ଷାଦାନ କରି ଆସୁଥିବା ଜଣେ କର୍ମଠ, ନିଷ୍ଠାପର ଓ ଗୁଣବାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଛାତ୍ରଛାତ୍ରୀଙ୍କୁ ଭାବିହ୍ଵଳ କରିଛି ।

ତେବେ ପିଲାଙ୍କ ଏଭଳି କାନ୍ଦିବା ପରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ପହଞ୍ଚି ବିଇଓଙ୍କ ନିକଟରେ ସଂପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking