32.1 C
Bhubaneswar
Sunday, May 19, 2024
Homeଓଡିଶାଆସିବ ନୂଆ ରାୟ : ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ଆସିବ ନୂଆ ରାୟ : ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ବ୍ରହ୍ମପୁର :ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ ୨ ତାରିଖରୁ ଅତିଥି ଭବନରେ ଥିବା ତପସ୍ୱିନୀଙ୍କୁ ଘର ଛାଡିବାକୁ ଚିନିକଳ କର୍ତ୍ତୁପକ୍ଷ ଚିଠି ଦେଇଥିବା ଜଣାପଡିଛି। ଏପଟେ ଦୀର୍ଘ ୧୪ ଦିନ ପରେ ମୁହଁ ଖୋଲିଛନ୍ତି ସ୍ୱାମୀ ସୁମିତ। ସେ ଏକ ଅଡିଓ ଭାଇରାଲ୍‌ କରି କହିଛନ୍ତି, ତପସ୍ୱିନୀ ତାଙ୍କର ଓ ତାଙ୍କ ପରିବାର ନାଁରେ ଅଯଥା ବଦନାମ କରୁଛନ୍ତି। ତପସ୍ୱିନୀ ମୋ ଜୀବନକୁ ବରବାଦ କରିଦେଲେଣି।

ସେ କେଉଁଆଡେ ଫେରାର୍‌ ହୋଇନାହାଁନ୍ତି , ଅସୁସ୍ଥତା ଯୋଗୁ ଛୁଟିରେ ଅଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ସେ ଭଡା ଘର ଖୋଜୁଛନ୍ତି। ସେ ଉଭୟ ଶାରୀରିର ଓ ମାନସିକ ଭାବେ ଅସୁସ୍ଥ ଥିବାରୁ ଛୁଟିରେ ରହିଛନ୍ତି । ୧୦ ଦିନରୁ ଅଧିକ ଛୁଟିରେ ରହିବାରୁ ତାଙ୍କ ଦରମା ମଧ୍ୟ ମଧ୍ୟ କରାଯାଇଛି। ଅନ୍ୟପଟେ ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି । ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ତପସ୍ୱିନୀଙ୍କ ଦ୍ୱାରା ଦାୟର ପିଟିସନ୍‌ର ଶୁଣାଣି ହେବ । କୋର୍ଟଙ୍କ ନିର୍ଦ୍ଦେଶକୁ ସୁମିତ ଅବମାନନା କରିଥିବା ନେଇ ଏସଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking