29.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା କାରୁଣ୍ୟ: ସ୍କୁଲ ପିଲା ଏବେ ମାଛ ଧରାଳି!

କରୋନା କାରୁଣ୍ୟ: ସ୍କୁଲ ପିଲା ଏବେ ମାଛ ଧରାଳି!

ରାଉରକେଲା: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ସମସ୍ତଙ୍କ ଜୀବନଯାତ୍ରା ଠପ ହୋଇପଡ଼ିଛି । ମହାମାରୀ କରୋନା ସଙ୍କଟ ସ୍କୁଲରେ ଝୁଲୁଛି ତାଲା । ଗ୍ରାମାଚଂଳରେ ବସବାସ କରୁଥିବା ଛାତ୍ରଛାତ୍ରୀଙ୍କ ବହି ବସ୍ତାନୀରେ ଡୋରି ପଡ଼ିଛି । ଘରର ଆର୍ଥିକ ଅବସ୍ଥାକୁ ସାମାନ୍ୟ ରୂପେ ସ୍ୱଚ୍ଛଳ କରିବା ଲକ୍ଷ୍ୟ କୋମଳମତି ପିଲା ମାନେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହୁଥିବା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ପାଠ ପଢିବାକୁ ମନଥିଲେ ମଧ୍ୟ, ଅଂଟାରେ ଧନ ନଥିବା କାରଣରୁ ଗ୍ରାମାଚଂଳର ଛାତ୍ରଛାତ୍ରୀ ମାନେ ମାଛ ଧରିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରି ଦୁଇ ପଇସା ପରିବାର ପାଇଁ ରୋଜଗାର କରୁଥିବା ଦେଖିବାକୁ ମିଳିଛି । ବର୍ତମାନ ବିଦ୍ୟାଳୟ ଗୁଡିକରେ ଇଂଟରନେଟ ମାଧ୍ୟମରେ ଅନଲାଇନରେ ପାଠ ପଢା ଚାଲିଛି । ମାତ୍ର ଏହି ଅନଲାଇନ ପାଠ ପଢା ଲାଠିକଟା ବ୍ଲକ ଅଂଚଳର ଆଦିବାସୀ ଅଧ୍ୟୁଷିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରକାର ମୂଲ୍ୟହୀନ ସାବ୍ୟସ୍ତ ହୋଇଛି! ଝାଟିମାଟି କୁଡ଼ିଆ ଘରେ ବାସ କରୁଥିବା ଜଣେ ଗରିବ ଆଦିବାସୀଙ୍କ ଘରେ ନାହଁ ସ୍ମାର୍ଟ ମୋବାଇଲ ଫୋନ, ଯାହା ଅନଲାଇନ ପାଠପଢାରେ ଲକ୍ଷ୍ମଣଗାର ଟାଣି ଦେଇଛି । ଏପଟେ ପେଟ ଚିନ୍ତା ଗରିବ ପରିବାରକୁ କଲବଲ କରୁଛି ।
ଗୋଟିଏ ପଟେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ, ଗ୍ରାମାଂଚଳର ଦୁଇ ଜଣ ଆଦିବାସୀ ଛାତ୍ର ପରିବାରର ଆର୍ଥିକ ବୋଝକୁ ସମ୍ଭାଳିବାକୁ ପାଠ ଛାଡ଼ି ମାଛ ଧରିବା ବୃତି ଭାବେ ଗ୍ରହଣ କରି ନେଇଛନ୍ତି । କଲମ, ବହି ବସ୍ତାନୀ ବଦଳରେ ମାଛ ଧରିବା ପାଇଁ ହାତରେ ବଂଶୀ କଂଟା ଧରିଛନ୍ତି । ଏମତି କରୋନାର କାରୁଣ୍ୟ ରୂପ ଦେଖିବାକୁ ମିଳିଛି ଲାଠିକଟା ବ୍ଲକ ଅଂଚଳରେ । ମିଳିଥିବା ସୂଚନା ଅନୁଯାୟୀ, ଅସୁରଛପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ସୋନା ପର୍ବତ ଅଂଚଳର ଆନନ୍ଦ ଭୂମିଜ ଓ ମାନୁଏଲ ଭୂମିଜ । କିନ୍ତୁ ସେମାନଙ୍କ ପାଇଁ ଏବେ ପାଠପଢା ସାତ ସପନ ପାଲଟିଛି । ପେଟ ଚାଖଣ୍ଡକ ପାଇଁ ବିଲ ମୁଣ୍ଡ, ନଦୀ ପଠାରେ ଛିଡ଼ା ହୋଇ ମାଛ ଧରୁଛନ୍ତି ଏହି ଦୁଇ କୋମଳମତି ନାବାଳକ । ମାଛ ବିକ୍ରି କରି ପରିବାର ପାଇଁ ଦୁଇ ପଇସା ଯୋଗାଡ଼ କରିବାରେ ବ୍ୟସ୍ତ ଏହି ଦୁଇ ନାବାଳକ । କରୋନା ମହାମାରୀ ଏହି ଦୁଇ ବାଳକଙ୍କ ବହି ବସ୍ତାନୀକୁ ସତେ ଯେପରି ତାଙ୍କ ଠାରୁ ଅପହରଣ କରି ନେଇଛି! ଏହି ଦୁଇ ସ୍କୁଲ ପିଲାଙ୍କୁ ପଚାରିବାରୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking