30.1 C
Bhubaneswar
Monday, May 6, 2024
Homeଓଡିଶାଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା ଦାଗ: ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା ଦାଗ: ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

ନବରଙ୍ଗପୁର: ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ରେ ଲାଗିଲା ଦାଗ । ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ । ଅଭିଯୋଗଟି ଉଠିଛି ନବରଙ୍ଗପୁର ର୍ହିଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ । ବିଦ୍ୟାଳୟରେ କାର୍ଯ୍ୟରତ ରାସାୟନିକ ବିଜ୍ଞାନର ଅଧ୍ୟାପକ ଅମର କୁମାର ନାଥଙ୍କ ବିରୁଦ୍ଧରେ ଛାତ୍ରୀମାନେ ଲିଖିତ ଅଭିଯୋଗ କରିଛନ୍ତି ଯେ ଅମର ସାର ପ୍ରାୟତଃ ଝିଅ ମାନଙ୍କୁ ଅନେକ ସମୟରେ ଅଶ୍ଳୀଳ ଇଙ୍ଗିତ ଓ ଅସାଦଚରଣ କରି ଆସୁଛନ୍ତି । ଏ ନେଇ ପ୍ରିନ୍ସିପାଲଙ୍କୁ ଗତ ୮ ତାରିଖ ଦିନ ଅଭିଯୋଗ ମଧ୍ୟ କରିଛନ୍ତି ।

ଅନ୍ୟପଟେ ଛାତ୍ର ମାନଙ୍କ ଅଭିଯୋଗ ହେଲା ଶିକ୍ଷକ ଜଣକ ବିଭିନ୍ନ ବାହାନାରେ କେବଳ ଛାତ୍ରୀ ମାନଙ୍କୁ ଲାବ୍ରୋଟରୀଙ୍କୁ ଡକାଉଛନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ଆଜି ଏହି ଅଭିଯୋଗ ପହଞ୍ଚିବା ପରେ ଏକ ଟାସ୍କଫୋର୍ସ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ , ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତେ ମିଶି ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି ।

ବର୍ତ୍ତମାନ ତଦନ୍ତ ଜାରି ରହିଛି ,ତଦନ୍ତ ପରେ ନିଶ୍ଚିତ ଭାବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଇ ଅଧିକାରୀ ମାନେ କହିଛନ୍ତି । ଅନ୍ୟପଟେ ଏଭଳି ଚରିତ୍ରହୀନ ଶିକ୍ଷକଙ୍କୁ ୨୪ ଘଣ୍ଟା ମଧ୍ୟରେ ଯଦି ଗିରଫ ନ କରାଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବହୁ ଆଦିବାସୀ ସଂଗଠନ ଚେତାବନୀ ଦେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking