32.1 C
Bhubaneswar
Sunday, May 19, 2024
Homeଓଡିଶାଚାଲୁ ହେବ ତାଳଚେର ମେଡିକାଲ କଲେଜ

ଚାଲୁ ହେବ ତାଳଚେର ମେଡିକାଲ କଲେଜ

ତାଳଚେର : ତାଳଚେର ମେଡିକାଲ କଲେଜ ଚାଲୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ମଞ୍ଜୁରୀ । ରାଜ୍ୟ ସରକାର ଓ ଏମସିଏଲ ର ମିଳିତ ଭାଗୀଦାରିରେ ଚାଲିବ ମେଡିକାଲ କଲେଜ । ଭିତ୍ତିଭୁମି ଓ ପରିଚାଳନା ଅର୍ଥ ମହାନଦୀ କୋଲଡ୍‌ଫିଲ୍ଡ ବହନ କରିବେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ କଲେଜ ଓ ହସ୍ପିଟାଲ ପରିଚାଳନା କରିବେ । ମେଡିକଲ କଲେଜ ରେ ପାଢ ପଢିବା ପାଇଁ ରହିବ ଶହେ ଶଯ୍ୟା ବିଶିଷ୍ଟ ସିଟ୍ ରହିବ । ପାଠ ପଢିବା ପାଇଁ ଶହେ ସିଟ୍ ଓ ୫୦୦ ଶଯ୍ୟା ର ହସ୍ପିଟାଲ ରହିବ ।ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଦୀର୍ଘ ଦିନ ଧରି ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିଲେ । ଯାହାକୁ ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି ।ମେଡିକାଲ କଲେଜର ପରିଚାଳନା ଓ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ଏମସିଏଲକର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ । ମେଡାକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ ।ରାଜ୍ୟ ସରକାର ଙ୍କ ପକ୍ଷରୁ ଯୋଗାଇଦିଆଯାଇଥିବା ସ୍ଥାନରେ ଏମସିଏତ ଏହାର କାର୍ଯ୍ୟ ଆରମ୍ଭ କରିବ । ଏମସିଏଲ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ପିପିପି ମୋଡ ରେ କରିବାକୁ ଚାହୁଁଛି । ତାଲଚରେ ମେଡକାଲ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଅନୁଗୁଳ ବାସୀ ଏହାର ସବୁଠୁ ବଡ ଫାଇଦା ପାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking