38.1 C
Bhubaneswar
Friday, April 26, 2024
Homeଓଡିଶାକର୍ମଚାରୀ ଓ ଶ୍ରମିକ ପେଟକୁ ନାତ ମାରୁଛି ମେସ୍କୋ କାରଖାନା

କର୍ମଚାରୀ ଓ ଶ୍ରମିକ ପେଟକୁ ନାତ ମାରୁଛି ମେସ୍କୋ କାରଖାନା

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଇସ୍ପାତ ହବରେ ଥିବା ମେସ୍କୋ କାରଖାନା ବନ୍ଦ ରହିଛି । ୨୭ମାସ ହେଲା କର୍ମଚାରୀ ଓ ଶ୍ରମିକ ଦରମା ପାଇ ନ ଥିବାରୁ ସେମାନଙ୍କ ପରିବାର ଦୟନୀୟ ଅବସାରେ କାଳତିପାତନ କରୁଛନ୍ତି । କଳିଙ୍ଗନଗର ମଜଦୁର ସଂଗର ସଭାପତି ତଥା ସୁକିନ୍ଦା ବିଧାୟକ ଇଂ. ପ୍ରୀତି ରଞ୍ଜନ ଘଡେଇ ମେସ୍କୋ କାରଖାନା ଖୋଲିବା ପାଇଁ ମେସ୍କୋ କାରଖାନାର ସି ଏମ ଜି ସହ ଆଲୋଚନା କରିଥିଲେ । କାରଖାନା ଖୋଲିବା ପାଇଁ ନିର୍ଭର ପ୍ରତିଶୃତି ନ ଦେଇ ରେଲୱେ ସାଇଡିଂ ଖୋଲିବା ପାଇଁ ଜିଦରେ ଅଟଳ ହୋଇଛନ୍ତି । କାରଖାନା ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ପରିବାର ଜମି ବାଡ଼ି ହରାଇ ଥିଲେ । କାରଖାନାରେ ସେମାନଙ୍କୁ ନିଯୁକ୍ତି ଦିଆ ଯାଇ ଥିଲା ।

ବିସ୍ଥାପିତ ପରିବାର ଏବେ ନିଜସ୍ୱ ଚାକିରୀକୁ ପାଥେୟ କରି କୁଟୁମ୍ବ ଚଳାଉଥିଲେ । ଏବେ ବେକାର କିଭଳି ପରିବାର ଚଳେଇବେ ସେମାନଙ୍କୁ ଚିନ୍ତା ଘାରିଛି । ଜମି ବାଡ଼ି ଦେବା କ’ଣ ଭୁଲ୍ ଥିଲା ତାହା ପ୍ରସ୍ତାଉଛନ୍ତି । ବିଧାୟକ ଶ୍ରୀ ଘଢେଇ ତୁରନ୍ତ ମେସ୍କୋ କାରାଖାନାକୁ ଚଲେଇବା ପାଇଁ ମଜଦୁର ସଂଗ ପକ୍ଷରୁ ଏକ ବୈଠକ କରିଥିଲେ । ମେସ୍କୋ କାରଖାନାର ପରିଚାଳନା ନିର୍ଦେଶିକା ରିତା ସିଂ ଙ୍କୁ କାରଖାନା ଚଲେୱେ ଓ କର୍ମଚାରି ଶ୍ରମିକମାନଙ୍କ ୨୭ମାସ ର ଦରମା ଦେବା ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇ ଥିଲା । କେବଳ ରେଲୱେ ସାଇଡିଂ ଚଳାଇ ଜିଦରେ ଅଟଳ ଥିବାରୁ ସଂଘ ପକ୍ଷରୁ ଏକ ତରଫା ନୀତିକୁ କଡା ସମାଲୋଚନା କରା ଯାଇଛି । ଆଗାମୀ ଦିନରେ କଳିଙ୍ଗନଗରରେ ଏକ ବିସ୍ପୋରଣ ସୃଷ୍ଟି ହେବା ସୂଚନା ମିଳୁଛି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ୱ ନ ଦେଲେ କଳିଙ୍ଗନଗର ପୁଣି ଏକ ଗୁଳି କାଣ୍ଡ ହେବାର ଏଡାଇ ଦିଆ ନ ପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking