34.1 C
Bhubaneswar
Friday, March 29, 2024
Homeବଲିଉଡସୋସିଆଲ ମିଡିଆରୁ ସବୁଦିନ ପାଇଁ ବିଦାୟ ନେଲେ ଶିଳ୍ପା

ସୋସିଆଲ ମିଡିଆରୁ ସବୁଦିନ ପାଇଁ ବିଦାୟ ନେଲେ ଶିଳ୍ପା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫ୍ୟାନମାନଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି । ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଶିଳ୍ପା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏହି ଅଭିନେତ୍ରୀ ସବୁଦିନ ପାଇଁ ସୋସିଆଲ ମିଡିଆକୁ ବାଏ ବାଏ କହିଛନ୍ତି । ଯାହାକି ତାଙ୍କ ଫ୍ୟାନମାନଙ୍କୁ ଏକଦମ୍ ନିରାଶ କରି ଦେଇଛି । ସେ ଇନ୍‌ଷ୍ଟାଗ୍ରାମରେ ଏକ ବ୍ଲାକ୍ ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରୁ ଦୂରେଇ ଯିବାର କାରଣ ବିଷୟରେ ଜଣାଇଛନ୍ତି । ଶିଳ୍ପା ଏହି ପୋଷ୍ଟ୍ ମାଧ୍ୟମରେ ସୋସିଆଲ ମିଡିଆରୁ ବିଦାୟ ନେଉଥିବା କହିଛନ୍ତି । ତେବେ ଏହି ଖବର ଯେତେବେଳେ ସାମ୍ନାକୁ ଆସିଲା, ତ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏବେ ସେମାନେ ଏହା ଜାଣିବାକୁ ଚାହୁଁଛନ୍ତି ଯେ କାହିଁକି ଅଭିନେତ୍ରୀ ଏମିତି ନିଷ୍ପତ୍ତି ନେଲେ । ଶିଳ୍ପା ସେଟ୍ଟୀ ମେ’ ୧୨ରେ ସୋସିଆଲ ମିଡିଆରୁ ଦୂରେଇ ଯିବାର ନିଷ୍ପତ୍ତି ନେଇଛନ୍ତି ।

ଶିଳ୍ପାଙ୍କ ମୁତାବକ, ଅଭିନେତ୍ରୀ ଉଭୟ ଇନ୍‌ଷ୍ଟାଗ୍ରାମ ଏବଂ ଟ୍ୱିଟରରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପା ଏ ନେଇ ସେୟାର କରିଥିବା ପୋଷ୍ଟ୍‌ରେ ଏହାର କାରଣ ମଧ୍ୟ ଜଣାଇଛନ୍ତି । ସେ ଖୁଲାସା କରିଛନ୍ତି ଯେ ‘ଗୋଟିଏ ହିଁ ଜିନିଷକୁ ନେଇ ବିରକ୍ତ ହୋଇଗଲିଣି । ସବୁ କିଛି ଏକାଭଳି ହିଁ ଦେଖାଯାଉଛି । ସୋସିଆଲ ମିଡିଆରୁ ଦୂରେଇ ଯାଉଛି, ଯେ, ପର୍ଯ୍ୟନ୍ତ ମୋତେ ଏକ ନୂଆ ଅବତାର ନ ମିଳିଛି’ । ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ଅଢ଼େଇ କୋଟିରୁ ଅଧିକ ଫଲୋୟର ଅଛନ୍ତି । ତେବେ ଏ ସମସ୍ତଙ୍କୁ ଏବେ ଶିଳ୍ପା ନିରାଶ କରି ଦେଇଛନ୍ତି । କହି ରଖୁଛୁ, ଗତବର୍ଷ ଅଭିନେତ୍ରୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ମଧ୍ୟ ଜାମିନ୍‌ରୁ ମୁକୁଳିବା ପରେ ସୋସିଆଲ ମିଡିଆକୁ ଅଲ୍‌ବିଦା କହି ଦେଇଥିଲେ । ଲୋକେ ତାଙ୍କୁ ଖୁବ୍ ଖରାପ ଭାବରେ ଟ୍ରୋଲ କରୁଥିଲେ, ଯେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking