28.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନିରାପତ୍ତା ଓ ମାନସିକ ଚାପ ନିୟନ୍ତ୍ରଣ ତାଲିମ ପ୍ରଦାନ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନିରାପତ୍ତା ଓ ମାନସିକ ଚାପ ନିୟନ୍ତ୍ରଣ ତାଲିମ ପ୍ରଦାନ

ବଲାଙ୍ଗିର: ପଥରଚେପା ବଲାଙ୍ଗିର ସ୍ଥିତ ଆଦୃତା ଶିଶୁ ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନିରାପତ୍ତା ଓ ମାନସିକ ଚାପ ନିୟନ୍ତ୍ରଣ ଉପରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ଲକ୍ଷ୍ମୀ ସିଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କଲାପରେ ଅଗ୍ନି ନିରାପତ୍ତା ଉପରେ ଫାୟାରମେନ୍ ରାଧେଶ୍ୟାମ ସାହୁ ଓ ଭଜମନ ମହାଲିଙ୍ଗ ଜିଲ୍ଲାରେ ଚାଲୁଥିବା ଶିଶୁ ଗୃହ ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲି, ପାର୍ବତିଗିରି ବାଳ ନିକେତନ, ପଥରଚେପା, ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦେଓଗାଁ, ଆଦୃତା ଶିଶୁ ଗୃହ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ, ପେଲେସଲାଇନ ଓ ଜିଲ୍ଲାରେ କାର୍ଯ୍ୟ କରୁଥିବା ଚାଇଲ୍ଡ ଲାଇନର ସଂପାଦକ, ସୁପରିନ୍‌ଟେଣ୍ଡେଣ୍ଟ, କେସ ୱାର୍କର, ହାଉସ ଫାଦର/ମଦର, ଚାଇଲ୍ଡ ଲାଇନ ସ୍ୱେଚ୍ଛାସେବୀମାନଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ôଚ ବହିଦାର, ନନ୍ଦିକିଶୋର ଷାଣ୍ଢ, ସୁନିତା ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ଡ. ସୁଖିଶ୍ୟାମ ତ୍ରିପାଠି, ମାନସିକ ରୋଗ ଚିକିତ୍ସକ ଡ. ଆଶିର୍ବାଦ ଶତପଥି, ମାନସିକ ଚାପ ନିୟନ୍ତ୍ରଣ କିପରି ପରିଚାଳନା କରାଯିବ ସମସ୍ତଙ୍କୁ ସବିଶେଷ ଶିକ୍ଷା ଦେଇଥିଲେ । ଜିଲ୍ଲା ମାନସିକ ରୋଗ କାର୍ଯ୍ୟକ୍ରମ ବିଭାଗର ମଳୟ ନାଗ, ସୁବୋଧ ବିଶ୍ୱାଲ, ସବ୍ୟସାଚୀ ସିଂ ଏଥିରେ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡି.ସି.ପି.ୟୁର ସୁଧାଂଶୁ କୁମ୍ଭାର, ଶେଷଦେବ ମହାକୁର, ସୁଦାମ ସୁନା, ସାରିକା ପୁରୋହିତ, ଅପୁ ଦାଶ, ବବଲୁ ଡାଙ୍ଗ, ରଣା ବାବୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଚୁଡାମଣି ପଣ୍ଡା, ସୁରକ୍ଷା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁପରିନ୍‌ଟେଣ୍ଡେଣ୍ଟ ଅଜିତ ଲିମା ଉଭୟ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଡିସିପିୟୁର ସମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ           କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking