26.1 C
Bhubaneswar
Wednesday, May 8, 2024
Homeଓଡିଶାମାଙ୍କଡା ପଥର ଖନନକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଉପ ଜିଲା୍ଲପାଳଙ୍କ ଦ୍ୱାରସ୍ତ     ...

ମାଙ୍କଡା ପଥର ଖନନକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଉପ ଜିଲା୍ଲପାଳଙ୍କ ଦ୍ୱାରସ୍ତ       

ଖୋର୍ଦ୍ଧା : ୧୯୯୧ ମସିହାରୁ ଜମି ପଟ୍ଟା ପାଇ ଭୋଗ ଦଖଲରେ ରହି କାଜୁ ଗଛ ଲଗାଇ ଜିବୀକା ନିର୍ବାହ କରୁିଆସୁଥିବା ୨୦ରୁ ଉର୍ଦ୍ଧ ଆଦିବାସିଙ୍କ ଜମିରୁ ମାଙ୍କଡା ପଥର ମାଫିଆ ମାନେ ଜୋର ଜବରଦସ୍ତ ମାଙ୍କଡା ପଥର ଖନନ କରୁଥିବା ବେଳେ ଏହାର ପ୍ରତିବାଦ କାରିବାରୁ ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବାର ଧମକ ଦେଉଥିବାର ଭଳି ସଙ୍ଗୀନ ଅଭିଜୋଗ ଖୋର୍ଦ୍ଧା ଉପଖଣ୍ଡ ଟାଙ୍ଗୀ ତହସିଲ ଅଧିନ ଜଙ୍କିଆ ଥାନା ଓଳସିଂହ ନୟାକୋଟ ମୈାଜାରେ ବସବାସ କରୁଥିବା ୨୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବୁଧବାର ଦିନ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି । ସୂଚନା ମୁତାବକ ନୟାକୋଟ ମୈାଜାର ଖାତା ନଂ ୨୮୪ଏବଂ ୨୯୩ ପ୍ଲଟ ନଂ ୪୨୪ଏବଂ ୪୪୦ରେ ରହି ଥିବା ଜମିରୁ ଏ୦.୫୫୦ଡିସିମିଲ ଲେଖାଏଁ ଜମି ୨୦ଜଣ ଭୂମିହୀନ ଆଦିବାସୀ ପରିବାରକୁ ନିଜର ଜିବୀକା ନିର୍ବାହ କରିବାକୁ ରାଜ୍ୟ ସରକାର ୧୯୯୧ ମସିହାରେ ପଟ୍ଟା ପ୍ରଦାନ କରିଥିଲେ । ସେହି ଦିନ ଠାରୁ ଏହି ଗରିବ ଦିନ ମଜୁରିଆ ଭୁମିହୀନ ଆଦିବାସି ପରିବାର ବାସ ଗୃହ ତିଆରି କରି ରହିବା ସହିତ କାଜୁ ଗଛ ଲଗାଇ ନିଜର ଜିବୀକା ନିର୍ବାହ କରିଆସୁଛନ୍ତି । ମାତ୍ର ଚିଠି ନଂ ୬୭୬/ ୯.୩.୨୦୨୧ରେ ଖାତା ନଂ ୨୯୩ ଏବଂ ପ୍ଲଟ ନଂ ୪୪୦ରେ ରହିଥିବା ଜମରୁ ୧୨ଏକର ୩୫ଡିସିମିଲ ଜମି ଚଳିତ ବର୍ଷ ମାର୍ଚ୍ଚ ମାସ ଠାରୁ ୨୦୨୬ ଫେବୃଆରୀ ମାସ ପର୍ଯ୍ୟନ୍ତ ୫ବର୍ଷଆ ଲିଜରେ ମାଙ୍କଡା ପଥର ଖନନ କରିବାକୁ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ଅନୁମତି ପ୍ରଦାନ କରିଛି । ଫଳରେ ମାଙ୍କଡା ଖଣି ମାଫିଆ ମାନେ ଏହି ଭୂମିହୀନ ଆଦିବାସୀ ପରିବାର ପାଇଥିବା ଜମିରୁ ଜୋର ଜବରଦସ୍ତ ଭୟଭିତ କରି କାଜୁ ଗଛ କାଟିବା ସହିତ ମାଙ୍କଡା ପଥର ଖନନ କରୁଛନ୍ତି । ଫଳରେ ଏହି ଭୂମିହିନ ଆଦିବାସୀ ପରିବାର ଭୁମିହିନ ହେବା ସହିତ କାଜୁ ଗଛ ଗୁଡିକୁ କାଟି ଦେବା ଫଳରେ ବର୍ତମାନ ନିଜର ଜବୀକା ହରାଇବା ସହିତ ବେସହାରା ହୋଇ ପଡିଥିବାର ଉପ ଜିଲା୍ଲପାଳଙ୍କ ନିକଟରେ ଗୁହାରି କରିଛନ୍ତି । ପୂର୍ବରୁ ଘଟଣା ସମ୍ପର୍କରେ ଟାଙ୍ଗୀ ତହସିଲଦାର ,ଜଙ୍କିଆ ଥାନା ଅଧିକାରୀ ଏବଂ ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକଙ୍କୁ ଅବଗତ କରାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ମାନେ ମାଫିଆଙ୍କ ଚାପରେ ଚୁପ ରହିଥିବାର ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କରିଛନ୍ତି । ମାଙ୍କଡା ପଥର ଖନନକୁ ବନ୍ଦ କରିବା ସହିତ କାଜୁ ଗଛ ଗୁଡିକୁ ସରକ୍ଷିତ ଦେବାକୁ ଉପ ଜିଲ୍ଲାପାଳଙ୍କୁ କ୍ଷତିଗ୍ରସ୍ତ ଆଦିବାସୀ ପରିବାର ଅନୁରୋଧ କରିଛନ୍ତି । ଓାର୍ଡ ମେମ୍ବର ଜୟନ୍ତି ନାୟକଙ୍କ ନେତୃତ୍ୱରେ ଅନୁପମା ନାୟକ , ଶଶି ନାୟକ , ଶୋଭା ଜେନା , ନଳିନୀ ମାଝିଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳ ଉପ ଜିଲା୍ଲପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାବା ସହିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମାଙ୍କଡା ପଥର ମାଫିଆଙ୍କ କବଳରୁ ସେମାନଙ୍କୁ ସୁରକ୍ଷା ଦେବା ସହିତ ମାଙ୍କଡା ପଥରର ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି । ଖୁବ ଶିଘ୍ର ତଦନ୍ତ କରାଯାଇ ମାଙ୍କଡା ପଥର ଖନନ ବନ୍ଦ ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲପାଳ ପ୍ରତିଶୃତି ଦେଇଥିବାର ଗ୍ରାମବସୀ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking