30.1 C
Bhubaneswar
Monday, May 20, 2024
Homeଓଡିଶା୪ ହଜାର 'ପଡା' ହେବ ଗାଁ

୪ ହଜାର ‘ପଡା’ ହେବ ଗାଁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୪ ହଜାର ପଡାକୁ ମିଳିବ ଗାଁର ମାନ୍ୟତା । ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି ରାଜସ୍ୱ ସଚିବ । ପଡାରୁ ଗାଁ ହେବା ପାଇଁ ଗାଇଡଲାଇନ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ମୂଳ ରାଜସ୍ୱ ଗ୍ରାମ ଠାରୁ ଅଧା କିମି ଦୂରରେ ଥିବା ପଡା ହେବ ଗାଁ । ଅଧ କିମି ଦୂରରେ ଥିବ ଓ ଅତି କମରେ ୨୫୦ ଲୋକ ବାସ କରୁଥିବେ । ଯଦି ବି ଅଧ କିମି ଦୂର ନଥିବ, କିନ୍ତୁ ୩ ଶହ ଲୋକ ଥିବେ, ଗାଁ ହେବ । ୨୫୦ରୁ କମ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିବ । ପ୍ରାକୃତିକ ପ୍ରତିବନ୍ଧକ ଥିବା ପଡ଼ା ଗାଁକୁ ବି ରାଜସ୍ୱ ଗାଁ ମାନ୍ୟତା ମିଳିବ । ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ନୂଆ ଗାଁ ଦାବି ହୋଇଆସୁଥିଲା । ଜିଲ୍ଲାସ୍ତରରେ ପ୍ରାୟ ୩ ହଜାର ୫ଶହରୁ ଅଧିକ ପ୍ରସ୍ତାବ ବିଚାର ଅପେକ୍ଷାରେ ପଡ଼ି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking