30.1 C
Bhubaneswar
Friday, April 26, 2024
Homeଓଡିଶାରିପୋର୍ଟ ଦେବା ପାଇଁ ୩ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ ଆର୍‌ଆଇ

ରିପୋର୍ଟ ଦେବା ପାଇଁ ୩ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ ଆର୍‌ଆଇ

ଫୁଲବାଣୀ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ସର୍କଲର ରାଜସ୍ୱ ନୀରିକ୍ଷକ ସୁନୀଲ କୁମାର ଦିଗାଲ । ଏକ ରିପୋର୍ଟ ଦେବାପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁଯାୟୀ, ସଦର ଥାନା ବୁଢାଦାନି ଅଞ୍ଚଳର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କ କଲାଡି ପଞ୍ଚାୟତରେ ପୈତୃକ ଜମିଜମା ରହିଛି । ଏହି ଜମିର ଭାଗବଣ୍ଟା ପରେ ପଟ୍ଟା ପାଇଁ ଖଜୁରୀପଡା ତହସିଲଦାରଙ୍କୁ ଆବେଦନ କରାଯାଇଥିଲା । ତେବେ ଜମି ସଂକ୍ରାନ୍ତୀୟ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପାଇଁ ଖଜୁରୀପଡ଼ା ତହସିଲଦାର ଗୁଦାରୀ ରାଜସ୍ୱ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍‌ଆଇ ଏହି ରିପୋର୍ଟ ଦେବା ପାଇଁ ପ୍ରକାଶଙ୍କୁ ପ୍ରାୟ ଏକ ମାସ ଦୌଡ଼ାଇବା ପରେ ୪ ହଜାର ଟଙ୍କା ଦେଲେ ରିପୋର୍ଟ ଦେବେ ବୋଲି କହିଥିିଲେ । ପ୍ରକାଶ ଏହି ଟଙ୍କା ଦେବା ପାଇଁ ଅସାମର୍ଥ୍ୟ ପ୍ରକାଶ କରିବାରେ ୩ ହଜାର ଟଙ୍କାରେ କାମ କରିଦେବେ ବୋଲି ସେ ପ୍ରକାଶଙ୍କୁ କହିଥିଲେ । ପ୍ରକାଶ ଏ ନେଇ ଫୁଲବାଣୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଆଜି ଦିନ ପ୍ରାୟ ୧୧ଟାରେ ଗୁଦାରି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ସୁନୀଲ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ସୁନୀଲଙ୍କୁ ଗିରଫ କରାଯିବା ସହ ତାଙ୍କର ସରକାରୀ କାର୍ଯ୍ୟାଳୟ ସମେତ ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କାରଯାଇଥିବା ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ ନଂ ୧୨/୨୧ରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking