28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ପୋଲିସ ଡିଜିପି ଅଭୟଙ୍କ ଵ୍ରହ୍ମପୁର ଗସ୍ତ

ରାଜ୍ୟ ପୋଲିସ ଡିଜିପି ଅଭୟଙ୍କ ଵ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ଶନିବାର ଵ୍ରହ୍ମପୁର ଆସିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ।ରାଜ୍ୟରେ କୋରନା ଦିତୀୟ ଲହରର ଦୃତ ଅଭିବୃଦ୍ଧି ସହ ପ୍ରବାସୀ ମାନଙ୍କ ରାଜ୍ୟରେ ପ୍ରବେଶକୁ କଡ଼ାକଡ଼ି କରିବା ନିମନ୍ତେ ଶନିବାର ଦିନ ଆସିଥିଲେ ରାଜ୍ୟ ପୋଲିସ ଡିଜିପି ଅଭୟ।ବ୍ରହ୍ମପୁର ଆସି ଵ୍ରହ୍ମପର ଡ଼ିଆଇଜିଙ୍କ ସଂନ୍ମିଳନୀ କକ୍ଷରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିଥିଲେ।ଆଲୋଚନା ମାଧ୍ୟମରେ ବ୍ରହ୍ମପୁର ଏସ୍ପି ଓ ଗଞ୍ଜାମ ଏସ୍ପି ଦୃଷ୍ଟାଣ୍ଟ ମୂଳକ ପଦକ୍ଷେପ ନେଇ ଜିଲ୍ଲାର କୋରନା ଅଭିବୃଦ୍ଧିରେ ରୋକ ଲଗାଇବାରେ ସକ୍ଷମ ହୋଇପାରିଛନ୍ତି ପୋଲିସ୍ କାର୍ଯ୍ୟଶୈଳୀ, ଚେକିଂ ବ୍ୟବସ୍ଥା ସନ୍ତୋଷଜନକ ଥିବା କହିଛନ୍ତି ଡିଜିପି ତେଣୁ ସେ ଜିଲ୍ଲା ପୋଲିସ କୁ ଉତ୍ଚାହିତ କରିଥିଲେ।ବ୍ରହ୍ମପୁରର ସମସ୍ତ ଥାନା ପରିଭ୍ରମଣ ସହ ନୂତନ ଭାବରେ ନିର୍ମିତ ହୋଇଥିବା ଗୋସାଇଁନୁଆଁଗାଁ ଥାନା ମଧ୍ୟ ବୁଲି ଦେଖିଥିଲେ।ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଗଞ୍ଜାମ ଜିଲ୍ଲା ରହୁଥିବା ଯୋଗୁଁ ବର୍ତ୍ତମାନ ଏହି ଜିଲ୍ଲା ଉପରେ ନଜର ଅଧିକ ରହଛି।

ମଖ୍ୟତଃ ଗଞ୍ଜାମ ଜିଲ୍ଲାର ବ୍ରହ୍ମପର ସହର ଏବଂ ଦୁଇ ତିନଟିବ୍ଲକ ଏହି ସୀମାନ୍ତ ଅଞ୍ଚଳରେ ରହଛି।ଏହାକୁ ଆଧାର କରି ଆଜି ଓଡିଶା ଆନ୍ଧ୍ର ସୀମାରେ ଥିବା ଗିରିସୋଲା ପ୍ରବେଶ ଫାଟକ ଯାଇ ସେଠାରେ ପୁଲିସ କିପରି କାର୍ଯ୍ୟ କରୁଛନ୍ତି ତାର ତଦାରଖ କରିଥିଲେ ଏବଂ ପ୍ରବେଶ ଫାଟକ ନିକଟବର୍ତ୍ତୀ ଥାନା ଗିରିସୋଲା ଥାନା ବୁଲିବା ସହ ଯେଉଁ ମାନେ ବାହାର ରାଜ୍ୟରୁ ଆସିଛନ୍ତି ରାଜ୍ୟ ସରକାର ପ୍ରଚଳିତ କରିଥିବା କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥଲେ।ପୁଲିସ ଡିଜିପିଙ୍କ ଏହି ଦିନିକିଆ ଗସ୍ତରେ ପୋଲିସ ଡିଜିଙ୍କ ସହ ଏଡିଜେ (ଆଇନ ଓ ଶୃଙ୍ଖଳା ) ଯଶଓ୍ବନ୍ତ ଜେଠଓ୍ବା, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ର୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ, ଏସ୍ଡିପିଓ ବ୍ରିଷ୍ଣୁ ପ୍ରସାଦ ପତି, ଟ୍ରଫିକ ଡ଼ିଏସପି ବିମଳକାନ୍ତ ନାୟକ,ରିଜର୍ଭ ପୁଲିସ ଇନଚାର୍ଜ ଦିଲୀପ କୁମାର ବେହେରା ସମେତ ଜିଲ୍ଲାର ବହୁ ବରିଷ୍ଠ ପୁଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking