26.1 C
Bhubaneswar
Friday, March 29, 2024
Homeଓଡିଶାରାସ୍ତାକଡ କୁ ଓଲଟିଲା ସ୍ସିରିଟ୍ ବୋଝେଇ ଟେଙ୍କର୍ 

ରାସ୍ତାକଡ କୁ ଓଲଟିଲା ସ୍ସିରିଟ୍ ବୋଝେଇ ଟେଙ୍କର୍ 

ବ୍ରହ୍ମପୁର : ଭଂଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋବରା ଓ ଷଡଙ୍ଗୀପଲୀ ମଝିରେ  ମଧ୍ୟରାତ୍ରିରେ ଘଟିଛି ଏଭଳି ଅଘଟଣ। ବୌଦ୍ଧ ଠାରୁ ସ୍ପିରିଟ ବୋଝେଇ ଏକ ଟ୍ୟାଙ୍କର ଆସ୍କା ସୁଗର ଫ୍ୟାକ୍ଟ୍ରିକୁ ଯାଉଥିବା ବେଳେ ଡ୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ହାଠାତ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା।ଫଳରେ ରାସ୍ତାଟି ସମ୍ପୁର୍ଣ୍ଣ ଅବରୋଧ ଯୋଗୁଁ ଚଳାଚଳ ବନ୍ଦ ରହିଥିଲା।ଟ୍ୟାଙ୍କର ରୁ ସ୍ପିରିଟ ବାହାରି ରାସ୍ତାସାରା ପଡ଼ିଥିବାରୁ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଗୁରୁତର ଅବସ୍ଥାରେ ଥିବା ଡ୍ରାଇଭର ଓ ହେଲ୍ପରକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ପଠାଇଥିଲେ।ପରେ ଦୁଇଟି କ୍ରେନ ସାହାଯ୍ୟରେ ଉକ୍ତ ଟ୍ୟାଙ୍କରକୁ ଉଠାଯାଇ ରାସ୍ତା କଡରେ ରଖାଯାଇଥିଲା। ଭଞ୍ଜନଗର ରୁ ଅଗ୍ନିଶମ ବିଭାଗ ଆସି ରାସ୍ତାକୁ  ବିପଦ ମୁକ୍ତ କରିବା ପରେ ଦିନ ୧୧ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking