30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସ୍ପାଇସ୍ ଜେଟ୍ ପାଇଲଟଙ୍କ ବେତନ ୭.୫ ଲକ୍ଷକୁ ବୃଦ୍ଧି

ସ୍ପାଇସ୍ ଜେଟ୍ ପାଇଲଟଙ୍କ ବେତନ ୭.୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍ ପାଇଲଟ୍‌ଙ୍କ ବେତନ ବୃଦ୍ଧି କରାଯାଇଛି । ଏୟାରଲାଇନ୍ସର ୧୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବୁଧବାର ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଏଭଳି ଘୋଷଣା କରିଛନ୍ତି । ତଦନୁଯାୟୀ ମାସକୁ ୭୫ ଘଣ୍ଟା ବିମାନ ଉଡାଉଥିବା କ୍ୟାପଟେନ୍ ପାହ୍ୟା ପାଇଲଟ ଏଣିକି ମାସିକ ୭.୫ ଲକ୍ଷ ଟଙ୍କାର ବେତନ ପାଇବେ ବୋଲି ଜଣାପଡିଛି । ଗତବର୍ଷ ନଭେମ୍ବରରେ କ୍ୟାପଟେନ୍‌ଙ୍କ ମାସିକ ବେତନ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାବ୍ୟତୀତ ବରିଷ୍ଠତା ଭିତ୍ତିରେ କ୍ୟାପଟେନ୍‌ଙ୍କୁ ମାସିକ ରୟାଲଟୀ ବାବଦରେ ବେତନକୁ ବାଦଦେଇ ଅତିରିକ୍ତ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ । ମେ’ ୧୬ରୁ ପିଛିଲାଭାବେ ବର୍ଦ୍ଧିତ ବେତନକୁ କାର୍ଯ୍ୟକାରୀ କରାଯିବ । କ୍ୟାପଟେନଙ୍କ ବ୍ୟତୀତ ଫାଷ୍ଟ ଅଫିସର ଓ ଟ୍ରେନି ପାଇଲଟ୍‌ଙ୍କ ବେତନ ମଧ୍ୟ ଅନୁରୂପ ହାରରେ ବୃଦ୍ଧି କରାଯାଇଛି । ସ୍ପାଇସ୍ ଜେଟ୍ ଦୈନିକ ଦେଶ ବିଦେଶର ୪୮ଟି ସହରକୁ ବିମାନ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking