27.1 C
Bhubaneswar
Thursday, April 25, 2024
Homeବିଜିନେସ୍ଏଲଆଇସିର ନିଟ୍ ଲାଭ ୧୩,୧୯୧ କୋଟି

ଏଲଆଇସିର ନିଟ୍ ଲାଭ ୧୩,୧୯୧ କୋଟି

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଗତ ଆର୍ôଥକବର୍ଷର ଚତୁର୍ଥ ତଥା ଅନ୍ତିମ ତ୍ରୈମାସିକରେ ମୋଟ ୧୩,୧୯୧ କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ପୂର୍ବ ଆର୍ôଥକବର୍ଷର ଏହି ତ୍ରୈମାସିକରେ ଏଲଆଇସି ୨୪୦୯ କୋଟି ଟଙ୍କା ଲାଭ କରିଥିବାବେଳେ ଏଥର ପାଞ୍ଚଗୁଣା ଅଧିକ ରହିଛି । ତେବେ ୨୦୨୨-୨୩ ଅନ୍ତିମ ତ୍ରୈମାସିକରେ ଏଲଆଇସିର ବ୍ୟବସାୟ ୨,୧୫,୪୮୭ କୋଟି (୨୦୨୧-୨୨)ରୁ ୨,୦୧,୦୨୨ କୋଟିକୁ ହ୍ରାସ ପାଇଛି ।

ଏହାବ୍ୟତୀତ କମ୍ପାନୀର ପ୍ରଥମ ବାର୍ଷିକ ପ୍ରିମିୟମ ବାବଦ ରାଜସ୍ୱରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ୨୦୨୧-୨୨ ଅନ୍ତିମ ତ୍ରୈମାସିକରେ ଏହି ପରିମାଣ ୧୪,୬୬୩ କୋଟି ଥିବାବେଳେ ୨୦୨୨-୨୩ ତ୍ରୈମାସିକରେ ଏହା ୧୨,୮୫୨ କୋଟିକୁ ହ୍ରାସ ପାଇଛି । ତେବେ ରିନ୍ୟୁଆଲ ପ୍ରିମିୟମ ପରିମାଣ ବୃଦ୍ଧି ପାଇଛି । ୨୦୨୧-୨୨ ଶେଷ ତ୍ରୈମାସିକରେ ଏହା ୭୧,୪୭୩ କୋଟି ଥିବାବେଳେ ଏଥର ଏହି ପରିମାଣ ୭୬,୩୨୮ କୋଟିକୁ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ôଥକବର୍ଷରେ ଏଲଆଇସି ସାମଗ୍ରିକଭାବେ ୩୫,୯୯୭ କୋଟି ନିଟ୍ ଲାଭ କରିଛି ଯାହା ଗତ ଆର୍ôଥକବର୍ଷରେ ୪୧୨୫ କୋଟି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking