29.1 C
Bhubaneswar
Saturday, April 27, 2024
Homeଖେଳଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ରେ ଦର୍ଶକଙ୍କୁ ଅନୁମତି !

ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ରେ ଦର୍ଶକଙ୍କୁ ଅନୁମତି !

ନୂଆଦିଲ୍ଲୀ: ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ୍ ସିରିଜ୍‌ରେ ବିସିସିଆଇ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିପାରେ । ଶନିବାର ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ସିରିଜ୍ ଆୟୋଜନ କରିବାକୁଥିବା ରାଜ୍ୟ ସଂଘ ସମ୍ପୃକ୍ତ ସରକାରଙ୍କ କୋଭିଡ୍‌-୧୯ ନିୟମ ଏବଂ ପ୍ରୋଟାକଲ୍ ଅନୁପାଳନ ସହିତ ଷ୍ଟାଡିୟମ୍‌ରେ କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ପ୍ରବେଶ ଅନୁମତି ପ୍ରଦାନ ପାଇଁ ସଙ୍କେତ ଦେଇଛନ୍ତି । ତେବେ ଷ୍ଟାଡିୟମ୍‌ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଗାଙ୍ଗୁଲି ଆଶା ପ୍ରକାଶ କରିଛି ।

ନଭେମ୍ବର ୧୭ ତାରିଖରୁ ଟି-୨୦ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଗସ୍ତ ଆରମ୍ଭ ହେବ । ଜୟପୁରରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ ଦୁଇଟି ରାଞ୍ଚି ଓ କୋଲ୍‌କାତାରେ ଯଥାକ୍ରମେ ନଭେମ୍ବର ୨୫ ଓ ଡିସେମ୍ବର ୭ରେ ଆୟୋଜିତ ହେବ । ଜଣେ ରାଜ୍ୟ ସଂଘ ଅଧିକାରୀ କହିଛନ୍ତି, କୋଭିଡ୍ ପ୍ରୋଟୋକଲ୍ ଏବଂ ନିୟମ ନେଇ ଆମେ ରାଜ୍ୟ ସରକାରଙ୍କ ସମ୍ପର୍କରେ ରହିଛୁ । ଦର୍ଶକଙ୍କୁ ସୁରକ୍ଷା ଆମ ପାଇର୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସମସ୍ତ ପ୍ରୋଟୋକଲ୍ ଅନୁପାଳନକୁ ସୁନିଶ୍ଚିତ କରିବା ଆମେ ସମସ୍ତ ଉଦ୍ୟମ କରିବୁ । ଅନ୍ୟପକ୍ଷରେ ବେଙ୍ଗଲ କ୍ରିକେଟ୍ ସଂଘ ପଞ୍ଚିମବଙ୍ଗ ସରକାରଙ୍କଠାରୁ ଏ ସମ୍ପର୍କିତ ଅନୁମତି ପାଇସାରିଛି ।

ସଂଘ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି, ଟି-୨୦ ମ୍ୟାଚ୍ ପାଇଁ ଷ୍ଟାଡିୟମ୍‌ରେ ୭୦ ପ୍ରତିଶତକ ଦର୍ଶକଙ୍କ ନିମନ୍ତେ ଅନୁମତି ପାଇଛୁ । ମ୍ୟାଚ୍ ପାଇଁ ଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ କରିବୁ ଏବଂ ଏହା ଅନ୍‌ଲାଇନ୍‌ରେ ଉପଲବ୍‌ଧ ହେବ । ସେହିପରି ମୁମ୍ବାଇ, ରାଞ୍ଚି ଓ ଜୟପୁର ଭେନ୍ୟୁରେ ହେବାକୁ ଥିବା ମ୍ୟାଚ୍‌ରେ ୫୦ ପ୍ରତିଶତକ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଫେବୃଆରୀରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ବୋର୍ଡ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିଥିଲା । ତେବେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟିବା ଫଳରେ ସୀମିତ ଓଭର୍ ସିରିଜ୍ ବିନା ଦର୍ଶକରେ ଆୟୋଜିତ ହୋଇଥିଲା । ଏପରିକି ଆଇପିଏଲ୍‌-୨୦୨୧ର ପ୍ରଥମ ଚରଣ ମଧ୍ୟ ବିନା ଦର୍ଶକରେ ଆୟୋଜିତ ହୋଇଥିଲା । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଘଟୁଥିବାରୁ ସୁରକ୍ଷା ପ୍ରୋଟୋକଲ୍‌କୁ ଧ୍ୟାନରେ ରଖି ଷ୍ଟାଡିୟମ୍‌ରେ ଧୀରେ ଧୀରେ ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ପ୍ରଦାନରେ ସଫଳ ହେବ ବୋଲି ବିସିସିଆଇ ସ୍ଥିର ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking