28.1 C
Bhubaneswar
Wednesday, April 24, 2024
Homeଓଡିଶାଅସୁରକ୍ଷିତ ଘୋଷିତ ଶ୍ରୀମନ୍ଦି କାର୍ଯ୍ୟାଳୟର ପୁରୁଣା କୋଠା, ଭଙ୍ଗା କାର୍ଯ୍ୟ ଆରମ୍ଭ

ଅସୁରକ୍ଷିତ ଘୋଷିତ ଶ୍ରୀମନ୍ଦି କାର୍ଯ୍ୟାଳୟର ପୁରୁଣା କୋଠା, ଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଅସୁରକ୍ଷିତ ଘୋଷଣା ପରେ ଆଜି ଏହାର ଭଙ୍ଗା କାମ ଆରମ୍ଭ ହୋଇଛି। ରବିବାର ପାଇଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି। ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଜଗି ରହିଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି। ଶ୍ରୀମନ୍ଦିର ଚୌହଦିର ୭୫ ମିଟର ପର୍ଯ୍ୟନ୍ତ ସବୁ କୋଠା ପ୍ରାୟ ଭଙ୍ଗା ହୋଇଗଲାଣି। ପରିକ୍ରମା ମାର୍ଗ ସୌନ୍ଦର୍ଯ୍ୟକରଣ ପାଇଁ ଉତ୍ସବ ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟର ଶୁଭାରମ୍ଭ କରିବେ। ଐଶାନ କୋଣ ଦୋଳବେଦୀଠାରେ ଏହାର ଶୁଭ ଦିଆଯିବ। ମାମଲା ଯୋଗୁଁ ଜଣେ ବ୍ୟକ୍ତିଙ୍କ ପାଚେରୀ ବଡଦାଣ୍ଡ ଦୋଳବେଦୀ ସଂଲଗ୍ନରୁ ଭଙ୍ଗା ଯାଇପାରିନାହିଁ। ମେଘନାଦ ପାଚେରୀଠାରୁ ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଏଏସଆଇ ତାଗିଦ୍‍ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking