27.1 C
Bhubaneswar
Tuesday, May 7, 2024
Homeଓଡିଶାଶ୍ରମିକ କଲ୍ୟାଣ ପାଇଁ ଆଦାୟ ଅର୍ଥର ସ୍ପେଶାଲ ଅଡିଟ କର: ହାଇକୋର୍ଟ

ଶ୍ରମିକ କଲ୍ୟାଣ ପାଇଁ ଆଦାୟ ଅର୍ଥର ସ୍ପେଶାଲ ଅଡିଟ କର: ହାଇକୋର୍ଟ

କଟକ : ଶ୍ରମିକ କଲ୍ୟାଣ ପାଇଁ ଆଦାୟ ଓ ଖର୍ଚ୍ଚ କରାଯାଇଥିବା ଅର୍ଥର ସ୍ପେଶାଲ ଅଡିଟ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣିକରି ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁଲଇଧର ଓ ବିଚାରପତି ମୁରାହରୀ ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୬ ମାସ ଭିତରେ ସ୍ପେଶାଲ ଅଡିଟ କରାଯିବ ଓ ଏ ସଂପର୍କିତ ରିପୋର୍ଟ ସତ୍ୟପାଠ ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଦାଖଲ କରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଠ କରିଛନ୍ତି । ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ତିନୋଟି ବର୍ଗରେ ଟଙ୍କା ଆଦାୟ କରାଯାଉଥିବା ବେଳେ ସମସ୍ତ ବର୍ଗର ପୃଥକ ଆୟବ୍ୟୟର ହିସାବ ରଖିବା ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ବୋର୍ଡ)କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକଙ୍କ କଲ୍ୟାଣ ପାଇଁ ଥିବା ଆଇନ ଅନୁସାରେ ତିନୋଟି ବର୍ଗରେ ଯଥା ନିଯୁକ୍ତିଦାତାଙ୍କ ନିକଟରୁ ସେସ୍‌, ଶ୍ରମିକଙ୍କ ନିକଟରୁ ଆବେଦନ ଓ ବାର୍ଷିକ ଦେୟ ବାବଦରେ ୫୦ ଓ ୨୦ ଟଙ୍କା ଆଦାୟ କରାଯାଉଛି । ଏହି ସବୁ ଅର୍ଥର ପୃଥକ ହିସାବ ଉପରେ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି । କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଓ ଏ ସଂପର୍କିତ ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉଥିବା ନେଇ ପରବର୍ତ୍ତୀ ଶୁଣାଣି ସମୟରେ ବୋର୍ଡ ପକ୍ଷରୁ ସତ୍ୟପାଠ ଦାଖଲ କରାଯିବ । ଏଥି ସହିତ ଆଇନ ଅନୁସାରେ ଶ୍ରମିକଙ୍କ ପାଖରେ କଲ୍ୟାଣକାରୀ ସୁବିଧା ପହଞ୍ôଚବା ନେଇ ମଧ୍ୟ ସତ୍ୟପାଠ ଦାଖଲ ପାଇଁ ବୋର୍ଡକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଆଦାୟ ହୋଇଥିବା ୫୭୯ କୋଟି ୪୯ ଲକ୍ଷ ୪୧ ହଜାର ୫୭୫ ଟଙ୍କା ଉପଯୋଗ ନ ହୋଇ ପଡିରହିଛି । ଶ୍ରମିକଙ୍କ କଲ୍ୟାଣ ତଥା ସାମାଜିକ ନିରାପତ୍ତା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହୁଥିବା ବେଳେ ଏତେ ପରିମାଣର ଅର୍ଥ ପଡ଼ି ରହିବା ନେଇ ହାଇକୋଟରେ ଏକ ମାମଲା ଦାୟର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking