35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଜି ରୋଜଗାର ମେଳା : ୭୧ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଆଜି ରୋଜଗାର ମେଳା : ୭୧ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୋଜଗାର ମେଳା କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଁ ଚୟନ ହାଇଥିବା ପ୍ରାୟ ୭୧ହଜାର କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ । ରୋଜଗାର ମେଳା ନିଯୁକ୍ତି ସୃଷ୍ଟି ପାଇଁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତାର ଏକ ପରିପ୍ରକାଶ । ଏହି ମେଳା ମାଧ୍ୟମରେ ସରକାରୀ କର୍ମଚାରୀମାନଙ୍କୁ ଅନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥାଏ ।

ଏହି ମେଳା ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଏକ ଉତ୍‌ପ୍ରେରକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ । ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କୁ ଯଥାର୍ଥ କର୍ମସଂସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସଶକ୍ତ କରିବା ସହିତ ଦେଶ ନିର୍ମାଣରେ ସେମାନଙ୍କୁ ସହଭାଗୀ କରିବା ଲକ୍ଷ୍ୟ ରଖି ସରକାର ନିଯୁକ୍ତିମେଳା ଆୟୋଜନ କରୁଛନ୍ତି । ନବନିଯୁକ୍ତ କର୍ମଚାରୀମାନେ ଦେଶର ବିଭିନ୍ନ ବିଭାଗରୁ ଚାକିରି ପାଇଁ ମନୋନୀତ ହୋଇଛନ୍ତି ଏବଂ ସେମାନେ ଭାରତ ସରକାରଙ୍କ ବିଭିନ୍ନ ପଦରେ କାମ କରିବେ । ସେଥିମଧ୍ୟରେ କନିଷ୍ଠ ଯନ୍ତ୍ରୀ, ଲୋକୋ ପାଇଲଟ୍‌, ଟେକ୍‌ନିସିଆନ, ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିୟର ଆକାଉଣ୍ଟଣ୍ଟ, ଗ୍ରାମୀଣ ଡାକସେବକ, ଆୟକର ଇନ୍ସିପେକ୍ଟର, ଶିକ୍ଷକ, ନର୍ସ, ଡାକ୍ତର, ସାମାଜିକ ନିରାପତ୍ତା ଅଧିକାରୀ, ପିଏ, ଏମ୍‌ଟିଏସ୍ ଆଦି ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking