26.1 C
Bhubaneswar
Tuesday, May 7, 2024
Homeଓଡିଶାଆହୁରି ଦୁଇଦିନ କଲବଲ କରିବ ଘନକୁହୁଡ଼ି

ଆହୁରି ଦୁଇଦିନ କଲବଲ କରିବ ଘନକୁହୁଡ଼ି

ଭୁବନେଶ୍ବର: ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ୨ ଦିନ ଘନକୁହୁଡି ପରିଲକ୍ଷିତ ହେବ । ଘନକୁହୁଡି ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ମିଟର ଭିତରେ ରହିବା ସମ୍ଭାବନା ରହିଛି । ଆଗାମୀ ୨ଦିନ ପାଗ ଶୁଖିଲା ରହିବା ପରେ ଆସିବ ଆଉ ଏକ ପଶ୍ଚିମାଝଡ । ୨୦ତାରିଖ ରାତ୍ରିରୁ ଏକ ପଶ୍ଚିମା-ଝଡ ପଶ୍ଚିମ-ହିମାଳୟରେ ପ୍ରଭାବ ପକାଇବାର ସମ୍ଭାବନା ଥିବା ବେଳେ ୨୨ତାରିଖରୁ ଉତ୍ତର-ଭାରତ ଉପରେ ଏହାର ପ୍ରଭାବ ରହିବ। କୁଆପଥର ବର୍ଷା ତଥା ଉପର ହିମାଳୟ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ କୁହୁଡି ପରିଲକ୍ଷିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking