29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏକାଥରେ 10 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଏକାଥରେ 10 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ : ଆଜିକାଲି ଜଣେ ମହିଳାଙ୍କ ପାଇଁ 3 ରୁ 4 ସନ୍ତାନ ଜନ୍ମ କରିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ମହିଳା ଏକାଥରକେ ଦଶ ସନ୍ତାନ ଜନ୍ମ ଦେଇଛନ୍ତି ? ବାସ୍ତବରେ ଦକ୍ଷିଣ ଆଫ୍ରିକାରେ ଏମିତି କିଛି ଘଟଣା ଘଟିଛି , ଏଠାରେ ଜଣେ ମହିଳା 10 ଟି ସନ୍ତାନ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଛନ୍ତି । ସୂଚନାନୁସାରେ, ଜୁନ୍ 7 ରେ ଗୋସିଆମି ଧାମରା ସିଥୋଲ ନାମକ ଜଣେ 37 ବର୍ଷ ବୟସ୍କା ମହିଳା ଏକାସାଙ୍ଗରେ ଦଶଟି ସନ୍ତାନ ଜନ୍ମ ଦେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ମହିଳାଙ୍କ ଅପରେସନ୍ ଦ୍ୱାରା ପ୍ରସବ କରାଯାଇଛି, ଯେଉଁଠାରେ ସେ ସାତ ପୁଅ ଏବଂ ତିନି ଝିଅକୁ ଜନ୍ମ ଦେଇଛନ୍ତି । ଏଥି ସହିତ ଆଫ୍ରିକୀୟ ଗଣମାଧ୍ୟମ ଅନୁଯାୟୀ,  ଡାକ୍ତର ପ୍ରସବ ପୂର୍ବରୁ 6 ଟି ସନ୍ତାନ ଜନ୍ମ ବିଷୟରେ ମହିଳାଙ୍କୁ ସୂଚନା ଦେଇଥିବାବେଳେ ମହିଳାଙ୍କ ସ୍ୱାମୀ ଆଠଟି ସନ୍ତାନ ଜନ୍ମ ହେବାର ଆଶା କରିଥିଲେ । ଏଥି ସହିତ, ଏହି ଦମ୍ପତି ସେମାନଙ୍କର 10 ସନ୍ତାନର ଜନ୍ମକୁ ନେଇ ବହୁତ ଖୁସି, କିନ୍ତୁ ସିଥୋଲଙ୍କ ପାଇଁ 10 ଟି ସନ୍ତାନ ଏକାଠି ଜନ୍ମ କରିବା ସହଜ ନଥିଲା। ପ୍ରସବ ସମୟରେ ଡାକ୍ତରମାନେ ଅତି ଯତ୍ନର ସହ ଅପରେସନ୍ କରି ମହିଳା ଏବଂ ତାଙ୍କ ପିଲାମାନଙ୍କର ଜୀବନ ରକ୍ଷା କରିଥିଲେ । ସୂଚନାନୁସାରେ, ଗତ ମାସରେ ମୋରୋକୋରେ ମାଲିର ହଲିମା ସିସି ନାମକ ଜଣେ ମହିଳା ଏକାସାଙ୍ଗରେ 9 ସନ୍ତାନ ଜନ୍ମ ଦେଇ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ  କରିଥିଲେ । କିନ୍ତୁ ବର୍ତ୍ତମାନ ଏକ ମାସ ପରେ ଏହି ରେକର୍ଡ ଭାଙ୍ଗି ଯାଇଛି, କାରଣ ସିଥୋଲ ଏକାସାଙ୍ଗରେ 10 ଟି ସନ୍ତାନ ଜନ୍ମ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking