26.1 C
Bhubaneswar
Wednesday, May 8, 2024
Homeଓଡିଶାମାଟ୍ରିକ ପାସ କଲେ ବିଧାୟକ

ମାଟ୍ରିକ ପାସ କଲେ ବିଧାୟକ

ଭୁବନେଶ୍ୱର: ମାଟ୍ରିକ ପାସ କରିଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ମୋଟ ୫୦୦ ନମ୍ବରରୁ ୩୪୦ ନମ୍ବର ରଖିଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର । ସେ ୩୪୦ ନମ୍ବର ରଖିଥିବାରୁ ତାଙ୍କୁ ବି୨ ଗ୍ରେଡ ମିଳିଛି । ସୋରଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ସେ ପରୀକ୍ଷା ଦେଇଥିଲେ । ସୂଚନାଯୋଗ୍ୟ, ଆଜି ପ୍ରକାଶ ପାଇଛି ମାଟ୍ରିକ ଅଫଲାଇନ ପରୀକ୍ଷା ରେଜଲ୍ଟ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ବେଳେ ମୋଟ ପାସ ହାର ୮୦.୮୩ ପ୍ରତିଶତ ରହିଛି । ପାସଙ୍କ ମଧ୍ୟରୁ ପୁଅ ୩୧୦୦ ଥିବା ବେଳେ ଝିଅ ୨୧୩୩ ରହିଛନ୍ତି । ଏ୧ ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ । ଏ୨ରେ ୨୫୫ , ବି୧ ରେ ୩୪୮, ବି୨ରେ ୪୫୮, ସିରେ ୫୯୯ , ଡିରେ ୮୪୬, ଇରେ ୨୬୮, ଏଫରେ ୧୪୧ ଜଣ ରହିଛନ୍ତି । ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିଲେ । ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢିଲା । ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢିଲା । ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା । ଅନଲାଇନରେ ପାଇଥିବା ଗ୍ରେଡ ଅଫ ଲାଇନରେ ଖସିଗଲା । ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଦେଇଥିଲେ ଅଫଲାଇନ ପରୀକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking