28.1 C
Bhubaneswar
Saturday, April 27, 2024
Homeକରୋନାଆଫଗାନିସ୍ତାନରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟିନ

ଆଫଗାନିସ୍ତାନରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟିନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଫେରନ୍ତାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛି । ଭାରତକୁ ଫେରିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିବେ ଆଉଗାନ ଫେରନ୍ତା । ଦିଲ୍ଲୀ ଆଇଟିବିପି କ୍ୟାମ୍ପରେ ୧୪ ଦିନ କ୍ୱାରେଣ୍ଟିନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆପଣଙ୍କୁ କହିରଖୁଛୁ, ତାଲିବାନ ୧୫ ଅଗଷ୍ଟରେ କାବୁଲ କବଜା କରିଥିଲା । ସେବେଠାରୁ ସେଠାରେ ସ୍ଥିତି ସଂଗୀନ ରହିଛି । ଭାରତ ସମେତ ଅନ୍ୟ ଦେଶ ସେଠାରୁ ନିଜ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି । ଏହାରି ମଧ୍ୟରେ ତାଲିବାନ କହିଛି ଯେ, ଭାରତ ଆଉଗାନିସ୍ତାନରେ ଯେଉଁ ବିକାଶ କାର୍ଯ୍ୟର ଆରମ୍ଭ କରିଥିଲା, ତାକୁ ସଂପୂର୍ଣ୍ଣ କରିପାରିବ । ତାଲିବାନ ଭରଷା ଦେଇଛି ଯେ, ତାଲିବାନ କୌଣସି ବିଦେଶୀଙ୍କୁ କିଛି କ୍ଷତି ପହଂଚାଇବ ନାହିଁ । ଏବେ ତାଲିବାନ କବଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି । ଏପରି ସ୍ଥିତିରେ ଭାରତର କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ବର୍ତମାନ ସୁଦ୍ଧା ୫ ଶହରୁ ଅଧିକ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସ୍ୱଦେଶ ଫେରାଇ ଅଣାଯାଇ ସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking