39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିବାହ ପୂର୍ବରୁ ଜନ୍ମିତ ସନ୍ତାନକୁ ବାପା ନା’ କହିବାର ଆବଶ୍ୟକତା ନାହିଁ : ହାଇକୋର୍ଟ

ବିବାହ ପୂର୍ବରୁ ଜନ୍ମିତ ସନ୍ତାନକୁ ବାପା ନା’ କହିବାର ଆବଶ୍ୟକତା ନାହିଁ : ହାଇକୋର୍ଟ

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଜନ୍ମ ହୋଇଥିବା ସନ୍ତାନ ନିଜ ପିତାଙ୍କ ନାମ କହିବାକୁ ବାଧ୍ୟ ନୁହେଁ । ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ରାୟ ଦେଇଛନ୍ତି ଗୁଜରାଟ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, କୌଣସି ମହିଳାଙ୍କ ପାଇଁ ୧୮ ବର୍ଷ ପୂର୍ବରୁ ସନ୍ତାନ ଜନ୍ମ କରିବା ଅବୈଧ ନୁହେଁ । ଗୁଜରାଟର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ । ପୀଡ଼ିତା ଗୁଜରାଟର ଜୁନାଗଡ଼ ଜିଲ୍ଲାର ବାସିନ୍ଦା । ତାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତି ସହ ସେ ରହୁଥିବା ବେଳେ ଇତି ମଧ୍ୟରେ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି । ପୀଡ଼ିତା କହିଛନ୍ତି, ସେ ନିଜ ଇଚ୍ଛାରେ ବାପ ଘର ଛାଡ଼ି ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ସହ ରହୁଛନ୍ତି । ସେ ନାବାଳିକା ଥିବା ବେଳେ ୨୯ ଜୁନ୍ ୨୦୨୧ ରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ । ଏହି ଛୁଆକୁ ଦୁଷ୍କର୍ମ ଅଭିଯୁକ୍ତ ମଧ୍ୟ ଗ୍ରହଣ କରିଥିଲେ । ୨୪ ମାର୍ଚ୍ଚ ୨୦୨୦ରେ ସେ ୧୮ ବର୍ଷର ହେବା ପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କରୋନା ଯୋଗୁ ତାହା ସମ୍ଭବ ହୋଇପାରିନଥିଲା । ପରେ ୨୨ ଜାନୁଆରୀ ୨୦୨୧ରେ ଯୁବତୀ ଦ୍ୱିତୀୟ ସନ୍ତାନ ଜନ୍ମ କରିଥିଲେ । ତେବେ ଦ୍ୱିତୀୟ ସନ୍ତାନ ହେବା ପରେ ପ୍ରଥମ ସନ୍ତାନର ଉଦାହରଣ ଦେଇ ପୀଡ଼ିତାଙ୍କ ବାପା ଉକ୍ତ ଯୁବକ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ପକସୋ ଆକ୍ଟ ଅନୁସାରେ, କୋର୍ଟ ଯୁବକକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ଜଣେ ଗାଁ’ର ଝିଅ ଦୁଷ୍କର୍ମ ପୀଡ଼ିତା ହୋଇ ଅବିବାହିତ ଅବସ୍ଥାରେ ପ୍ରଥମ ସନ୍ତାନ ଜନ୍ମ କରିବା ବେଳେ ମେଡିକାଲରେ ଛୁଆର ବାପାର ନା’ କହିବାକୁ ବାଧ୍ୟ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking